ଭବାନୀପାଟଣାରୁ ଅଯୋଧ୍ୟାକୁ ଗଡିଲା ସ୍ଵତନ୍ତ୍ର ସରକାରୀ ବସ୍‌

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମହାକୁମ୍ଭ ମେଳା ଦର୍ଶନ ନିମନ୍ତେ କଳାହାଣ୍ଡି ଜିଲ୍ଲାର ଯାତ୍ରୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବସ୍‌ ରବିବାର ଭବାନୀପାଟଣା ନୂଆ ବସଷ୍ଟାଣ୍ଡରୁ ବାହାରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ନୂଆ ବସ୍‌ଷ୍ଟାଣ୍ଡରେ କଳାହାଣ୍ଡି ସାଂସଦ ମାଳବିକା ଦେଓ, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଅଭାସୀ ମାଧ୍ୟମରେ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ଜିଲ୍ଲାକୁ ଦୁଇଟି ବସ୍ ଦିଆଯାଇଛି । ଏହି ବସ୍‌ରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିଛି । ଏହାଦ୍ୱାରା କଳାହାଣ୍ଡି ସମେତ ନୂଆପଡ଼ା ଏବଂ ପଡୋଶୀ ଜିଲ୍ଲାର ଯାତ୍ରୀମାନେ ସୁବିଧା ପାଇ ପାରିବେ ।

Leave A Reply

Your email address will not be published.