ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ହରିଜନ ପଡାର ସ୍ୱର୍ଗତ ଗୁଲଠୁ ମହାନନ୍ଦଙ୍କ ଏକ ମାତ୍ର ପୁତ୍ର କହ୍ନେଇଲାଲ ମହାନନ୍ଦଙ୍କ ମୃତ୍ୟୁ ହୋଇଯାଇଛି । ସେ ଦୀର୍ଘ ଏକବର୍ଷ ଧରୀ କେନସର ରୋଗରେ ବୁର୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଅନ୍ତିମ ଅବସ୍ଥାରେ ଗାଁକୁ ଫେରେଇ ଆଣିଥିଲେ ପରିବାର ଲୋକ । ସେ ତାଙ୍କ ପଛରେ ତାଙ୍କର ଧର୍ମପତ୍ନୀ ମୁଗ ମହାନନ୍ଦ ୨ ପୁଅ ପୁତ୍ରବଧୂ ଓ ମାତ୍ର ୩ ବର୍ଷର ନାତିକୁ ପଛରେ ଛାଡି ଯାଇଛନ୍ତି । ସୂଚନା ଯୋଗ୍ୟ ଯେ, ମୃତକଙ୍କ ଜଣେ ବିବାହିତ ଝିଅର ଗତ କିଛି ବର୍ଷ ପୁର୍ବରୁ ମୃତ୍ୟୁ ହୋଇସାରିଛି । ତାଙ୍କ ଜ୍ୱାଇଁ ଜଣେ ମଦ୍ୟପ, ବାଚାଳ । ଏଣୁ ଛୋଟ ନାତି ପିଲାକୁ ନିଜ ଘରକୁ ଆଣି ଲାଳନ ପାଳନ କରୁଥିଲେ । ଏଣିକି ତାଙ୍କ ସ୍ତ୍ରୀ ଓ ଛୋଟ ନାତିର ଭବିଷ୍ୟତ ଅନ୍ଧାର ହୋଇଯାଇଛି । କିଏ ତାଙ୍କର ଦାଇତ୍ୱ ନେବ ପ୍ରଶ୍ନବାଚୀ ହୋଇଯାଇଛି । ଯଦିଓ ମୃତକଙ୍କ ୨ ଟି ପୁଅ ଅଛନ୍ତି ସେମାନେ ସମ୍ପୂର୍ଣ ଗରିବ ଓ ନିରୀହ ଅଟନ୍ତି । ଏଣୁ ତାଙ୍କ ପଡାର ଲୋକ ଏହି କେନସର ପୀଡିତ ପରିବାରକୁ ପ୍ରଶାସନ ତରଫରୁ ସରକାରୀ ସହାୟତା ଦେବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.