ସରକାରଙ୍କ ସମର୍ଥନ ଦ୍ୱାରା ଭାରତରେ ରେକର୍ଡ ନିବେଶ ଆକର୍ଷିତ କରୁଛନ୍ତି ସେମିକଣ୍ଡକ୍ଟର ଷ୍ଟାର୍ଟଅପ୍

ନୂଆଦିଲ୍ଲୀ, (ପିଆଇବି) : ଭାରତରେ ସେମିକଣ୍ଡକ୍ଟର ନିର୍ମାଣ ଇକୋସିଷ୍ଟମ ଦିନକୁ ଦିନ ମଜବୁତ ହେଉଛି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପ୍ରସ୍ତୁତି ଆଧାରିତ ପ୍ରୋତ୍ସାହନ ଯୋଜନା ଏବଂ ଚିପ୍ସ ଟୁ ଷ୍ଟାର୍ଟଅପ୍ (ସିଟୁଏସ୍) କାର୍ଯ୍ୟକ୍ରମ ଅଧୀନରେ ସମର୍ଥିତ ଷ୍ଟାର୍ଟଅପ୍ ଗୁଡ଼ିକ ଏବେ ଗୁରୁତ୍ୱପୂର୍ଣ୍ଣ ନିବେଶ ହାସଲ କରୁଛନ୍ତି । ସରକାରଙ୍କ ଚିପ୍ ଡିଜାଇନ୍ ଯୋଜନା ଅଧୀନରେ ସମର୍ଥିତ ଏକ ଷ୍ଟାର୍ଟଅପ୍ ନେତ୍ରସେମିକୁ ୧୦୭ କୋଟି ଟଙ୍କାର ଭେଞ୍ଚର କ୍ୟାପିଟାଲ୍ ନିବେଶ ମିଳିଛି । କମ୍ପାନୀ ସ୍ମାର୍ଟ ଭିଜନ୍, ସିସିଟିଭି କ୍ୟାମେରା ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି) ଆପ୍ଲିକେସନ୍ ପାଇଁ ଚିପ୍ସ ତିଆରି କରିବା ଉପରେ କାମ କରୁଛି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ସ୍ୱାଗତ କରି କହିଛନ୍ତି, ‘‘ଭାରତର ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କ୍ଷମତା ରହିଛି । ଭାରତରେ ସେମିକଣ୍ଡକ୍ଟର ଡିଜାଇନକୁ ସମର୍ଥନ କରୁଥିବା ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ସହିତ ନେତ୍ରସେମିର ସଫଳତା ଅନ୍ୟ ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକୁ ଉତ୍ସାହିତ କରିବ ।’’ ୨୦୨୨ରେ ନିର୍ମାଣ ଆଧାରିତ ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଚିପ୍ ଡିଜାଇନ ବା ପ୍ରସ୍ତୁତି କରୁଥିବା ୨୨ଟି କମ୍ପାନୀର ପ୍ରକଳ୍ପଗୁଡ଼ିକୁ ୨୩୪ କୋଟି ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି । ଏହି ପ୍ରକଳ୍ପଗୁଡ଼ିକର ମୋଟ୍ ମୂଲ୍ୟ ହେଉଛି ୬୯୦ କୋଟି ଟଙ୍କା । ଏହି ଚିପ୍ସଗୁଡ଼ିକ ସିସିଟିଭି କ୍ୟାମେରା, ମୋବାଇଲ୍ ନେଟୱାର୍କ, ସାଟେଲାଇଟ୍, କାର, ସ୍ମାର୍ଟ ଡିଭାଇସ୍ ଇତ୍ୟାଦିରେ ବ୍ୟବହୃତ ହେବ । ଏହି ଷ୍ଟାର୍ଟଅପଗୁଡ଼ିକ ମିଳିତ ଭାବରେ ଭେଞ୍ଚର କ୍ୟାପିଟାଲିଷ୍ଟ ନିବେଶକଙ୍କଠାରୁ ୩୮୦ କୋଟିରୁ ଅଧିକ ଟଙ୍କାର ନିବେଶ ସଂଗ୍ରହ କରିଛନ୍ତି । ପାଞ୍ଚଟି ଷ୍ଟାର୍ଟଅପ୍ ପୂର୍ବରୁ ବିଶ୍ୱସ୍ତରୀୟ ଚିପ୍ ନିର୍ମାତାଙ୍କ ସହିତ ସେମାନଙ୍କର ଚିପ୍ ଡିଜାଇନ୍ ନିର୍ମାଣ ଏବଂ ପରୀକ୍ଷଣ କରିସାରିଛନ୍ତି । ଚିପ୍ସ ଡିଜାଇନ୍ କରିବାରେ ସାହାଯ୍ୟ କରିବା ପାଇଁ ୭୨ରୁ ଅଧିକ କମ୍ପାନୀକୁ ଉନ୍ନତ ସଫ୍ଟୱେର୍ ଉପକରଣର ପ୍ରବେଶ ଦିଆଯାଇଛି । ଉଦାହରଣସ୍ୱରୂପ ସିସିଟିଭି ଚିପ୍ ଡିଜାଇନ୍ କରୁଥିବା ମାଇଣ୍ଡଗ୍ରୁଭ୍ ଟେକ୍ନୋଲୋଜି ୮୫ କୋଟି ଟଙ୍କାର ନିବେଶ ହାସଲ କରିଛି । ଉପଗ୍ରହ ଯୋଗାଯୋଗ ଚିପ୍ ଡିଜାଇନ କରୁଥିବା ଫର୍ମିଓନିକ୍ ଡିଜାଇନ୍ ୫୦ କୋଟି ଟଙ୍କାର ନିବେଶ ହାସଲ କରିଛି । ମୋର୍ଫିଂ ମେସିନ, ଇନକୋର୍ ସେମିକଣ୍ଡକ୍ଟର ଏବଂ ବିଗ୍ ଏଣ୍ଡିଆନ୍ ସେମିକଣ୍ଡକ୍ଟର ଉତ୍ପାଦନ ସ୍ତରରେ ପହଞ୍ଚିବା ଲାଗି ଦ୍ରୁତ ଗତିରେ ବିକଶିତ ହେଉଛନ୍ତି । ଏକ ‘ଉତ୍ପାଦ ରାଷ୍ଟ୍ର’ ହେବାର ମନୋଭାବ ନେଇ ସରକାର ନୂଆ କମ୍ପାନୀଗୁଡ଼ିକୁ ଚିପ୍ ଡିଜାଇନ୍‌ରେ ଦୃଢ଼ ପଦକ୍ଷେପ ନେବାକୁ ଉତ୍ସାହିତ କରୁଛନ୍ତି । ଏଭଳି କମ୍ପାନୀଗୁଡ଼ିକର ଚିପ୍ସ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ବଜାରକୁ ଆଣିବା ପାଇଁ ଘରୋଇ ନିବେଶକମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି ।

jittmm
Leave A Reply

Your email address will not be published.