ପାଇକମାଲରେ ଚାଲିଛି ୟୁରିଆ ସାରର କଳାବଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳରେ ଚାଷୀଙ୍କ ସମସ୍ୟା ଗୁରୁତର ହୋଇ ପଡିଛି । ବର୍ଷା ଅଭାବ ହେତୁ ଚାଷୀ ଆଶଙ୍କାରେ ଚାଷ କରିଥିଲା । କିଛି ଚାଷ ବଞ୍ଚିଥିବା ସ୍ଥଳେ ବର୍ତ୍ତମାନ ସାରର ଘୋର ଅଭାବ ହେତୁ ଚାଷୀ ମାନେ ଆଶଙ୍କାରେ ରହିଛନ୍ତି । ସରକାରଙ୍କ ପକ୍ଷରୁ ଚାଷୀମାନଙ୍କ ପାଇଁ ଯେତେ ଯୋଜନା କଳେ ମଧ୍ୟ ସୁଫଳ ପାଇ ପାରୁନଥିବା ଅଭିଯୋଗ ହେଉଛି । ବର୍ତ୍ତମାନ ଚାଷୀଙ୍କୁ ୟୁରିଆ ସାରର ଆବଶ୍ୟକତା ଥିବା ବେଳେ ୟୁରିଆ ସାର ପାଞ୍ଚ ଶହରୁ ପାଞ୍ଚ ଶହ ପଚାଶ ଟଙ୍କାରେ କଳାବଜାରୀ କରାଯାଇ ବିକ୍ରୟ କରାଯାଉଥିବା ଅଭିଯୋଗ ହେଉଛି । ଏଥିପ୍ରତି ପାଇକମାଲ କୃଷି ବିଭାଗ ର ଆନ୍ତରିକତା ନାହିଁ, ଯାହା ଫଳରେ ଚାଷୀ ଭାରସାମ୍ୟ ହରାଇ ବେଳେ ବେଳେ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇଥାଏ ବୋଲି ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କଲେ ଚାଷୀକୂଳ ଉପକୃତ ହେବେ ବୋଲି ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.