ମିଳୁନି ସାର, କୃଷି ବିଭାଗର ମିଲି ଭଗତରେ ଚାଢାଦରରେ ବିକ୍ରି କରି ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ : ସାଧାରଣରେ ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡର ପାଟଣାଗଡ଼, ବେଳପଡା, ଖପ୍ରାଖୋଲ ଆଦି ତିନୋଟି ବ୍ଲକରେ ୟୁରିଆ ସାରର କଳାବଜାରୀ ବଢିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ପ୍ରତିବର୍ଷ ଖରିଫ ଋତୁ ପୂର୍ବରୁ ରାଜ୍ୟ ସରକାର ସାରର ଅଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି । କିନ୍ତୁ ପାଟଣାଗଡ଼ ଉପଖଣ୍ଡ ତିନୋଟି ବ୍ଲକ ଅଞ୍ଚଳରେ ଏହାର ବୀପରିତ ଘଟଣା ଦେଖିବାକୁ ମିଳିଛି । ରାଜ୍ୟ ସରକାର ୟୁରିଆ ପ୍ୟାକେଟ ପିଛା ୨୬୬.୫୦ ଟଙ୍କାର ମୂଲ୍ୟ ଧାର୍ଯ୍ୟ କରିଥିବା ବେଳେ ଚାଷୀ କଳା ବଜାରରେ ୟୁରିଆ ସାର ପ୍ୟାକେଟ ପିଛା ୬ ଶହ ଟଙ୍କାରେ କିଣୁଥିବା ଜଣାପଡିଛି । ପାଟଣାଗଡ ବ୍ଲକର ପାଢେଲ, ଖପ୍ରାଖୋଲ ବ୍ଲକର ଜୁରିଆ, ବାଘମୁଣ୍ଡ, ସର୍ଗିପାଲି ଆଦି ଅଞ୍ଚଳରେ ଥିବା ସାର ଦୋକାନୀ ଚଢାଦରେ ବିକ୍ରି କରୁଥିବା ଯୋଗୁଁ ଚାଷୀ ଏବେ ସାର ଦୋକାନୀଙ୍କ ଲୁଟର ଶିକାର ହେଉଛନ୍ତି । ସରକାରଙ୍କ ଧାର୍ଯ୍ୟ ଦରଠାରୁ ତିନି ଗୁଣା ଅଧିକ ଟଙ୍କାରେ ସାର କିଣୁଛନ୍ତି ଚାଷୀ । ଏନେଇ ଜିଲ୍ଲା ଗୁରେନ୍ଦ୍ର ସିଂଙ୍କୁ ପଚାରିବାରୁ ପ୍ରତ୍ୟକ ବ୍ଲକରେ ସାର କଳା ବଜାରୀ ରୋକିବାକୁ ସ୍କ୍ୱାର୍ଡ ଟିମ ଗଠନ କରାଯାଇ ଥିବା ସେ କହିଛନ୍ତି । ହେଲେ କଲାବଜାରୀ କରୁଥିବା ବ୍ୟବସାୟୀଙ୍କ ପାଖକୁ ଆଗତୁରା ଖବର ପହଞ୍ଚିଥିବା ବିଶ୍ଵସ୍ତ ସୁତ୍ରରୁ ଜଣାପଡିଛି । ଜିଲ୍ଲାକୁ ଏବେ ୟୁରିଆ ସାର ଆସୁ ନଥିବାରୁ ଆସାଧୁ ବ୍ୟବସାୟୀ ବାହାରୁ ସାର ଆଣି ବିକ୍ରି କରୁଛନ୍ତି । ଅଧିକ ଟଙ୍କା ନେଉଥିବା ସମ୍ପୃକ୍ତ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲାଇସେନ୍ସ ରବ୍ଦ କରିବା ସହ ଆସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.