ମୁଖ୍ୟ ଡାକଘର ଆନୁକୂଲ୍ୟରେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଛତ୍ରପୁର ମୁଖ୍ୟଡାକ ପ୍ରାଙ୍ଗଣରେ ବିଶେଷ ଡାକ ମୋହର ରଦ୍ଦକରଣ, ଔଷଧୀୟ ବୃକ୍ଷରୋପଣ, ସାମୁହିକ ଯୋଗ ଅଭ୍ୟାସ ତଥା ଶପଥପାଠ ଆଦି ଅନୁଷ୍ଠିତ ହୋଇଯାଇଛି । ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ସଂସ୍କୃତିର ଯୋଗ ପରମ୍ପରାକୁ ବିଶ୍ଵଜନୀନ କରିବା ସକାଶେ ତଥା ଯୋଗ ଦିବସକୁ ଚିରସ୍ମରଣୀୟ କରିବା ସକାଶେ ସାରା ଭାରତରେ ୮୧୦ଟି ପ୍ରଧାନ ଡାକଘରେ ଏହି ଦିବସରେ ବୁକିଙ୍ଗ ଓ ପୋଷ୍ଟିଙ୍ଗ ତଥା ଡେଲିଭେରୀ ପାଇଁ ଉଦ୍ଧିଷ୍ଠ ସମସ୍ତ ଚିଠି ଡାକ ମୋହର ଉପରେ ରୂପାଙ୍କିତ ତଥା ଇଂରେଜୀ ଓ ହିନ୍ଦୀ ଭାଷାରେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଲେଖା ଥିବା ଏକ ମୋହର ଦ୍ୱାରା ରଦ୍ଦକରଣ କରାଯାଇଛି କ୍ଷ ଏହି ସର୍ବ ବୃହତ ଏକ କାଳୀନ ଡାକ ମୋହର ରଦ୍ଦକରଣରୁ ଲବ୍ଧ ଚିଠି ଓ ମୁଦ୍ରା ସାରା ବିଶ୍ୱର ଡାକଟିକଟ ସଂଗ୍ରହରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ, ଡାକଟିକଟ ସଂଗ୍ରାହକ ମାନଙ୍କ ପାଇଁ ଖୁବ ଉପାଦେୟ ହେବା ସଂଗେ ସଂଗେ ଏହି ଦିବସର ମହତ୍ତ୍ୱ ଚିରସ୍ମରଣୀୟ ହୋଇ ରହିବ ।

ଏହି ଅବସରରେ ଛତ୍ରପୁର ମୁଖ୍ୟ ଡାକଘର ପ୍ରାଙ୍ଗଣରେ ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କର ଆହ୍ୱାନ କ୍ରମେ ମୁଖ୍ୟ ଡାକପାଳ ଅଶ୍ୱିନୀ କୁମାର ସ୍ୱାଇଁଙ୍କ ପୌରାହିତ୍ୟରେ ତଥା ସହକାରୀ ଡାକ ଅଧିକ୍ଷକ କୀରଣମାଳା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିଶେଷ ରଦ୍ଦକରଣ ସାଙ୍ଗକୁ ସାମୁହିକ ଯୋଗ ଅଭ୍ୟାସ, ଔଷଧୀୟ ଚାରାରୋପଣ ଓ ଡିଜିଟାଲ ୱେରେ “ଯୋଗ ସହିତ ରୁହ, ଘରେ ରୁହ ସୁସ୍ଥ ରୁହ” ଏହି ବାର୍ତ୍ତା ଦିଆଯାଇଛି । ଏଥିସହ ଶପଥପାଠ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଏପିଏମବି ରାମୁଡୁ, ଦୁର୍ଗା ସାବତ, ଯୋଗେନ୍ଦ୍ର ଗୌଡ଼, ଟ୍ରେଜରର ଶତ୍ରୁଘ୍ନ ନାହାକଙ୍କ ସମେତ ସବୁ ଡାକକର୍ମଚାରୀମାନେ ଏହି କାର୍ୟ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ଡାକମଣ୍ଡଳ ବ୍ୟବସାୟିକ କାର୍ୟ୍ୟନିର୍ବାହୀ ଗୌରହରି ପଣ୍ଡା, ପରିଚାଳନା ପୂର୍ବକ ଏହି ବହୁମୁଖୀ କାର୍ୟ୍ୟକ୍ରମ ଦ୍ୱାରା ଡାକବିଭାଗ ଡାକଟିକଟ ସଂଗ୍ରହ ଅଭ୍ୟାସକୁ ଛାତ୍ରଛାତ୍ରୀମାନଙ୍କ ଉତ୍ସର୍ଗୀକୃତର ସହ ସଚେତତା କରାଯାଇ ଯୋଗାଭ୍ୟାସ ଦ୍ୱାରା ମାନସିକ ଓ ଶାରୀରିକ ସୁସ୍ଥ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସର୍ବୋପରି ଔଷଧୀୟ ଚାରାରୋପଣ ଓ ତା’ର ଯତ୍ନ ତଥା ଉପଯୋଗ ପୂର୍ବକ ସମାଜକୁ ସୁସ୍ଥ ଓ ନିରାମୟ ରଖିବା ସକାଶେ ଜନମାନସରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସଭିଏଁ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.