ବଲାଙ୍ଗିର, (ଦେବାଶିଷ ମିଶ୍ର) : କଟକର ନେତାଜୀ ଇନଡୋର ଷ୍ଟାଡିୟମ ଠାରେ ଓଡିଶା ଟାଇକଣ୍ଡୋ ଏସୋସିଏସନ ତରଫରୁ ରାଜ୍ୟସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସଂପାଦକ ତଥା ଜାତୀୟ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୮ ଜଣିଆ ଟିମ୍ ଭାଗ ନେଇ ସଫଳତା ହାସଲ କରିଛନ୍ତି । ସବ୍ଜୁନିୟର ବାଳକ ବିଲୋ ୪୪ କେଜି ଓଜନ ଖିଋଗୀ ବିଭାଗରେ ସିମାଦ୍ରି ଆଦେଶ ରୌପ୍ୟ ପଦକ ଓ ପୁମ୍ସେଇରେ ବ୍ରୋଞ୍ଜ ପଦକ, ଶିବାଂଶୁ ଶେଖର ଦ୍ୱାରି ପୁମ୍ସେଇରେ ବ୍ରୋଞ୍ଜ ପଦକ, ସବ ଜୁନିୟର ବାଳିକା ପୁମ୍ସେଇ ବିଭାଗରେ ପ୍ରିୟାଂସୀ ପଣ୍ଡା, ଜେନିସା ପୋଲ, ଦିଶାରାଣୀ ମହାଲିଙ୍ଗ ବ୍ରୋଞ୍ଜ ପଦକ, କେଡେଟ୍ ବାଳିକା ପୁମସେଇ ବିଭାଗରେ ସ୍ନେହା ଆତ୍ମଜା ଦ୍ୱାରି ସ୍ୱର୍ଣ୍ଣ ପଦକ, ବାଳକ କେଡେଟ୍ ପୁମସେଇରେ ମିଥିଳେଶ ବେହେରା ବ୍ରୋଞ୍ଜ ପଦକ, ସିନିୟର ବାଳକ ପୁମସେଇରେ ବଲ୍ଲଭ ବିଶ୍ୱାଳ ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ଓଡିଶା ଟାଇକଣ୍ଡୋ ସଂଘ ସଂପାଦକ ମନମୋହନ ଭଞ୍ଜ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।