centurian jitm

ଯୁକ୍ତ ୨ ପରୀକ୍ଷାରେ ମହାବୀର ଜୁନିୟର କଲେଜର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାରେ ମହାବୀର ଜୁନିୟର କଲେଜ ପୁଇଁତଲାର ସଫଳତାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ପରୀକ୍ଷା ଫଳକୁ ନେଇ ଖୁସିର ଲହରୀ ଖେଳିଯାଇଛି । ମୋଟ ପାସ ହାର ୯୯% ଥିବାବେଳେ ୫ଜଣ ଛାତ୍ରୀ ୮୦%ରୁ ଅଧିକ ମାର୍କ ରଖିଛନ୍ତି । ୧୦ ଜଣ ଛାତ୍ରଛାତ୍ରୀ ୭୫%ରୁ ଅଧିକ ରଖିଥିବା ବେଳେ ୩୩ ଜଣ ଛାତ୍ରଛାତ୍ରୀ ପ୍ରଥମ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ୫ଜଣ ମଧ୍ୟରେ ତନୁଶ୍ରୀ ସାଗର (୮୫ %), ଓମପ୍ରିୟା ପୋଢ଼ (୮୪%) , ମନିଷା ମେହେର ( ୮୨%), କାଜଲ ସା ( ୮୦.୫୦%), ନିରୁପମା ସାହୁ (୮୦%) ଥିବା ବେଳେ ପ୍ରଥମ ୧୦ ଜଣ ମଧ୍ୟରେ ଅନ୍ୟତମ ଛାତ୍ରଛାତ୍ରୀ ଋତୁପର୍ଣ୍ଣା ହୋତା ( ୭୮%) , ଝସ୍‌କେତନ ନାଗ ( ୭୭ %), ଅନିଲ କୁମାର ନାଏକ ( ୭୭ %),ଅନନ୍ୟା ପୁରୋହିତ ( ୭୬ %), ଅଭିନାଶ ଦନ୍ତା (୭୫%), ଶ୍ରାବଣୀ ହୋତା (୭୪ %), ପ୍ରିନ୍ସି ନାଏକ, ଲଛମି ରଣା, ପ୍ରଣୟ ମହାକୁର, ପୂଜା ପଶାୟତ, ମନିଷା ବାରିକ, ସୂର୍ଯ୍ୟ ପ୍ରଧାନ ଥିବା ବେଳେ ମୋଟ ୩୩ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

Leave A Reply

Your email address will not be published.