oom

ବଲାଙ୍ଗିର ଅବକାରୀ ବିଭାଗକୁ ବଡ଼ ସଫଳତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବର୍ତ୍ତମାନ ବଲାଙ୍ଗିର ସହରର ବଡ଼ ଖବର । ବଲାଙ୍ଗିର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଇନୋଭା କାର ସହ ୨୧ ଲକ୍ଷ ଟଙ୍କାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ବଲାଙ୍ଗିର ଜିଲ୍ଲାର ମୋବଇଲ ୟୁନିଟ ତଥା ଅବକାରୀ ବିଭାଗ । ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୩ଜଣ ଅଭିଯୁକ୍ତ ତଥା ଗଂଜେଇ ଚାଲାଣକାରୀମାନେ ୟୁପି ଯୋହାନପୁର ଜିଲ୍ଲାର ବୋଲି ଜଣାପଡିଛି । ଜବତ ଗଂଜେଇ ବୌଦ୍ଧ ଜିଲ୍ଲା ମାତାକୃପା ଜଙ୍ଗଲରୁ ବଲାଙ୍ଗିର ଦେଇ ୟୁପିକୁ ଚାଲାଣ ହେଉଥିବା ବେଳେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗ ତଥା ଜିଲ୍ଲା ମୋବାଇଲ ୟୁନିଟ ମାଡ଼ି ବସି ବସ୍ତା ବସ୍ତା ଗଂଜେଇ ଜବତ କରିବା ସହ ଗୋଟିଏ ଇନୋଭା ଗାଡ଼ି ଓ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ୟୁପି ଯୋହାନପୁର ଜିଲ୍ଲାର ଚନ୍ଦ୍ରକେଶ ଯାଦବ, ମୁଲଚାନ୍ଦ ଯାଦବ, ସଙ୍କଲ ଅହମଦ ବୋଲି ଜଣାପଡିଛି । ଗିରଫ ପରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.