ସ୍ମୃତିରେଖା ସାହୁ ୩୩୪ନଂ ରେଙ୍କ୍ ରଖି ଓପିଏସସି ପରୀକ୍ଷାରେ ସଫଳତା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମର ସ୍ମୃତିରେଖା ସାହୁ ୩୩୪ ନଂ ରେଙ୍କ ରଖି ଓଡିଶା ପ୍ରଶାସନିକ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ସ୍ମୃତିରେଖା ସାହୁ ବର୍ତ୍ତମାନ ଆଗଲପୁର ବ୍ଲକରେ ଏବିଇଓ ଭାବେ କାର୍ଯ୍ୟରତ ରଜନୀକାନ୍ତ ସାହୁ ଓ ଶ୍ରୀମତୀ ମଞ୍ଜୁଲତା ସାହୁଙ୍କ ବଡ ଝିଅ ସ୍ମୃତିରେଖା । ଶ୍ରୀ ସାହୁଙ୍କ ୩ ଝିଅଙ୍କ ମଧ୍ୟରୁ ୨ନଂ ଝିଅ ଜରାସିଂହା ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିବାବେଳେ ସାନଝିଅ କଲେଜରେ ବିଜ୍ଞାନ ପାଠ ପଢୁଛନ୍ତି । ଆଗଲପୁର ବ୍ଲକରୁ ଏକମାତ୍ର ଝିଅ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କ ପାଖକୁ ଆଗଲପୁର ବ୍ଲକ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.