oom

ଗଞ୍ଜାମ ଥାନା ଅଧିକାରିଣୀଙ୍କ ନେତୃତ୍ୱରେ ପୋଲିସକୁ ସଫଳତା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତଲା ଗ୍ରାମର ଏକ ତାଲା ବନ୍ଦ ଥିବା ଘରୁ ଗତ ଦୁଇମାସ ତଳେ ସୁନା ଅଳଙ୍କାର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିଲା । ଶୁକ୍ରବାର ଉକ୍ତ ଡକାୟତି ମାମଲାରେ ଦୁଇଜଣ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗ୍‌ର ଦୁଇଜଣ ଲୁଟେରାଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ନମିତା ପାତ୍ର ସମ୍ବାଦିକ ସମ୍ବିଳନୀ ଜରିଆରେ ସୂଚନା ଦେଇଛନ୍ତି । ଗିରଫ ଦୁଇଜଣ ଲୁଟେରା ହେଲେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ପଶ୍ଚିମ ପଡାର ସୋହେଲ ଅହମ୍ମଦ ଓ ମଇ ରୁଦିନ ମୁଲ୍ଲା । ଉଭୟ ହିନ୍ଦୀ ଓ ବଙ୍ଗାଳୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ସେମାନଙ୍କ ନିକଟରୁ ବ୍ୟବହାର କରୁଥିବା ଡ଼ବ୍ଲ୍ୟୁବି ୫୮ବିଏମ୍‌ ୬୧୧୯ ନମ୍ବର ବିଶିଷ୍ଟ ସ୍କର୍ପିଓ, ଦୁଇଟି ଖଣ୍ଡା, ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ କାର୍ଡ, ପାନ କାର୍ଡ, ୨୬ ଶହ ଟଙ୍କା ପୋଲିସ ଜବତ କରାଯାଇଥିବା ଜଣା ପଡିଛି । ଚୋରି ଯାଇଥିବା ଘର ମାଲିକ କୃଷ୍ଣ ପଲାଇ ଡ଼କାୟତମାନେ ବ୍ୟବହୃତ କରିଥିବା ଗାଡି ନମ୍ବର ପୋଲିସକୁ ଅଭିଯୋଗ ସମୟରେ ଜଣେଇଥିଲେ । ଉକ୍ତ ଗାଡି ନମ୍ବରକୁ ନେଇ ଗଞ୍ଜାମ ଥାନା ପୋଲିସ ଓଡିଶା ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବିଭିନ୍ନ ଟୋଲଗେଟକୁ ପଚାରା ଉଚରା କରିବା ପରେ ଉକ୍ତ ସ୍କର୍ପିଓ ଚେନ୍ନାଇରେ ଥିବା ଜଣାପଡିଥିଲା । ସେହିଦିନଠାରୁ ଉକ୍ତ ଡକାୟତି ଗ୍ୟାଙ୍ଗ୍‌ର ଗତିବିଧିକୁ ଲକ୍ଷ କରି ଆସୁଥିଲେ । ସ୍କର୍ପିଓ ଗାଡି ନମ୍ବରକୁ ଲିଙ୍କ ଥିବା ମୋବାଇଲକୁ ପୋଲିସ ଟ୍ରାକ କରି ସେମାନେ ଚେନ୍ନାଇରୁ ଆସୁଥିବା ପୋଲିସ ଜାଣି ପାରିଥିଲା । ପୂର୍ବ ସୂଚନା ଅନୁସାରେ ଉକ୍ତ ସ୍କର୍ପିଓ ଗାଡି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରାପଲ୍ଲୀ ଟୋଲଗେଟରେ ପହଞ୍ଚିବା ପରେ ଥାନା ଅଧିକାରୀ ସୁମିତ୍ରା ପାତ୍ରଙ୍କ ନେତୃତ୍ୱରେ ତଦନ୍ତକାରୀ ପୋଲିସ ଜି. ଅନନ୍ତ ରାଓ, କନେଷ୍ଟବଳ ସଚ୍ଚିଦାନନ୍ଦ ସାହୁ, ଅଶ୍ୱିନ ପଟ୍ଟନାୟକ, ସୋମନାଥ ରେଡ୍ଡୀ, ସୁରେନ୍ଦ୍ର ଗୌଡ଼ ପ୍ରମୁଖଙ୍କ ସମେତ ଦୀର୍ଘ ସମୟ ଡକାୟତମାନଙ୍କ ସହ ଧସ୍ତାଧସ୍ତି ପରେ ଦୁଇଜଣ ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ । ସେମାନଙ୍କୁ ଧରି ଗଞ୍ଜାମ ଥାନାଙ୍କୁ ଆଣି ପଚାରା ଉଚାରା ପରେ ପୁଇଁତଲା ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଏବଂ ସେମାନଙ୍କ ଏକ ଗ୍ୟାଙ୍ଗ୍‌ ଥିବା ସେମାନଙ୍କ ୫ ଜଣିଆ ଗ୍ୟାଙ୍ଗ୍‌ ଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ । ଉକ୍ତ ୫ ଜଣିଆ ଗ୍ୟାଙ୍ଗ୍‌ ମଧ୍ୟରୁ ଦୁଇଜଣ ପୂର୍ବରୁ ଗିରଫ ହୋଇଥିବା ପୋଲିସକୁ ସୂଚନା ମିଳିଛି । ଗ୍ୟାଙ୍ଗ୍‌ର ଅନ୍ୟଜଣେ ବ୍ୟକ୍ତି ଚେନ୍ନାଇରେ ଥିବା ବେଳେ ଗିରଫ ଦୁଇଜଣ ଲୁଟେରାଙ୍କୁ ଶନିବାର ପୋଲିସ କୋର୍ଟ ଚାଲାଣ କରିଛି । ପ୍ରକାଶ୍ୟ ଯୋଗ୍ୟ ବନ୍ଦ ଘରୁ ଚୋରି ଦିନ ପୁଇଁତଲା ତାଲା ବନ୍ଦ ଘରୁ ଚୋରି କରିବା ଦିନ ଜାଳେଶ୍ୱର ଓ ଇଛାପୁର ଅଞ୍ଚଳରୁ ଲୁଟ କରିଥିବା ପୋଲିସ ସୂଚନା ଦେଇଛି ।

jittmm
Leave A Reply

Your email address will not be published.