centurian jitm

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ବଲାଙ୍ଗିର ପବ୍ଲିକ ସ୍କୁଲର ସଫଳତା

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସିବିଏସ୍‌ଇ ନୂଆଦିଲ୍ଲୀ ଦ୍ୱାରା ଅନୁଷ୍ଠିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଛି । ବଲାଙ୍ଗିର ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଶୁଭଶ୍ରୀ ବିଶ୍ୱାଳ ୯୭.୨% ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସମଗ୍ର ବଲାଙ୍ଗିର ଜିଲ୍ଲାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ବିଦ୍ୟାଳୟର ୧୦୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ପାସ୍ କରି ଅର୍ଦ୍ଧାଧିକ ଛାତ୍ରଛାତ୍ରୀ ୯୦% ମାର୍କରୁ ଅଧିକ ରଖିଛନ୍ତି । ଠିକ୍‌ ସେହିପରି ଦ୍ୱାଦଶ ବିଜ୍ଞାନରେ ମଧ୍ୟ ସ୍କୁଲର ଫଳାଫଳ ଶତପ୍ରତିଶତ ଥିବା ବେଳେ ବିଦ୍ୟାଳୟର ଛାତ୍ରୀ ପୂଜ୍ୟଶ୍ଵେତା ସିଂହଦେଓ ୯୬.୨% ମାର୍କ ରଖି ବିଦ୍ୟାଳୟ ତଥା ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ବୀରେନ୍ଦ୍ର କୁମାର ମିଶ୍ର, ସମ୍ପାଦକ ଗୋପାଳକୃଷ୍ଣ ସିଂଦେଓ, କୋଷାଧ୍ୟକ୍ଷ ଆଲୋକ ରଞ୍ଜନ ବେଦବାକ, ସଭ୍ୟ ଶିରୀଶ ଚନ୍ଦ୍ର ହୋତା, ସଭ୍ୟ ବାଦଲ ମହାକୁର ତଥା ସଭ୍ୟ ସଂଜୀବ କୁମାର ସାହୁ, ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ସରିତା ପଟ୍ଟନାୟକ, ଉପାଧ୍ୟକ୍ଷ ସତୀଶ କୁମାର ପ୍ରଧାନ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.