- ଜାତୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଦଳକୁ ୧୫ ପଦକ
ବଲାଙ୍ଗିର, (କେପିଏନ୍ଏସ୍) : ଚେନ୍ନାଇର ଆଇସିଏଫ ପାଲାନିସାମି ଇଂଡୋର ଷ୍ଟାଡିଅମ ଠାରେ ୧୯ତମ ଜାତୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ରେଲୱେ ଷ୍ଟେସନ ଛକ ସ୍ଥିତ କରାଟେ ଏକାଡେମୀର ୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇ ସଫଳତା ହାସଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ବାଳିକା ବିଭାଗରେ ଅଙ୍କିତା ଦାସ କୁମିତେ ବିଭାଗରେ ସ୍ୱର୍ଣ୍ଣ ପଦକ ଓ କାତାରେ ବ୍ରୋଞ୍ଚ ପଦକ, ସମୀକ୍ଷା ସମୃଦ୍ଧି ଷଡ଼ଙ୍ଗୀ କାତାରେ ସ୍ୱର୍ଣ୍ଣ ଓ କୁମିତେରେ ବ୍ରୋଞ୍ଚ, ପ୍ରାଚୀ ବେହେରା କାତାରେ ସ୍ୱର୍ଣ୍ଣ ଓ କୁମିତେରେ ରୌପ୍ୟ, ସୁହାନୀ ପଣ୍ଡା କାତାରେ ସ୍ୱର୍ଣ୍ଣ, ହେମାଲିନୀ ହୋତା କାତା ବିଭାଗରେ ବ୍ରୋଞ୍ଚ ପଦକ ହାସଲ କରିଥିବା ବେଳେ ବାଳକ ବିଭାଗରେ ମିଥିଲେସ ବେହେରା କାତାରେ ସ୍ୱର୍ଣ୍ଣ, ଅନ୍ୱେଷ ସାହୁ କାତା ଓ କୁମିତେରେ ବ୍ରୋଞ୍ଚ, ଶେଖ ମହମ୍ମଦ ଅସିଫ୍ ରାଜା କାତାରେ ବ୍ରୋଞ୍ଚ ଓ କୁମିତେରେ ରୌପ୍ୟ, ଆରବ ଭଞ୍ଜ କୁମିତେରେ ବ୍ରୋଞ୍ଚ ଓ ଭେଙ୍କତେସ୍ ରମଣ କାତା ବିଭାଗରେ ବ୍ରୋଞ୍ଚ ପଦକ ହାସଲ କରି ବଲାଙ୍ଗିର ତଥା ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ଏଥିରେ ଅସୀମ ଭୋଇ ଓଡ଼ିଆର ମୁଖ୍ୟ ରେଫରି ଦାୟିତ୍ୱ ତୁଲାଇଥିବା ବେଳେ ମୱାତେକା କରାଟେ ଇଣ୍ଡିଆ ମୁଖ୍ୟ ହାନସି ଜେଏସ୍ କାଲାଇମନି ଉପଢୌକନ ଓ ମୋମେଣ୍ଟୋ ସହ ସମ୍ମାନିତ କରିଥିଲେ । ଏହି ପ୍ରତିଯୋଗିତାରେ ୧୧ଟି ରାଜ୍ୟରୁ ୬୫୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।