ଭାରତୀୟ ବିଦ୍ୟା ନିକେତନ ବିଲାଇସର୍ଡାର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପୁଇଁନ୍ତଲା ବ୍ଲକ ସ୍ଥିତ ବିଲାଇସର୍ଡା ଭାରତୀୟ ବିଦ୍ୟା ନିକେତନର ୨ ଜଣ ଛାତ୍ରଛାତ୍ରୀ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସଫଳତା ପାଇଥିବା ଛାତ୍ରଛାତ୍ରୀମାନେ ହେଲେ ଆଦିତ୍ୟ ନାଏକ ଓ ସୁପ୍ରଭା କୁମ୍ଭାର । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା ପାଇବାର ଦେଖି ଅଂଚଳର ବୁଦ୍ଧିଜୀବୀ, ଅଭିଭାବକ ତଥା ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ପରିଚାଳନା କମିଟି ପୁରାତନ ଓ ନୂତନ ସଦସ୍ୟ ସଦସ୍ୟା, ଗୁରୁଜୀ, ଗୁରୁମାଙ୍କ ସମେତ ଭାଇ ଭଉଣୀମାନେ ଅଭିନନ୍ଦନ, ଶୁଭେଚ୍ଛା ସହ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.