ଭଦ୍ରକ ପୋଲିସର ବଡ଼ ସଫଳତା

ଭଦ୍ରକ, (କେପିଏନ୍‌ଏସ୍‌) : ଭଦ୍ରକ ପୋଲିସର ବଡ଼ ସଫଳତା । ପ୍ରାୟ ୧.୭ କୋଟି ଟଙ୍କାର ସୁନା ଗହଣା ଜବତ କରିଛି ପୋଲିସ । ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶରେ ଟାଉନ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ମିଳିଛି ଏତେ ବଡ଼ ସଫଳତା । ଚୋରି ମାମଲାରେ ତଦନ୍ତ ଆରମ୍ଭ ହୋଇ ଏତେ ବଡ଼ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଟାଉନ ପୋଲିସ । ଏମାନଙ୍କ ନିକଟରୁ ୧ କେଜି ସୁନା ସହ ୪ କେଜି ରୀପା ଗହଣା ଜବତ କରାଯାଇଛି । ଏହି ଘଟଣାରେ ୪ ଜଣ ଆନ୍ତଃରାଜ୍ୟ କୁଖ୍ୟାତ ଡକାୟତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.