ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ୍‌ କ୍ୟାମ୍ପରେ ସୁବର୍ଣ୍ଣପୁର ଜିଲ୍ଲାର ସଫଳତା

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଜୁନିଅର ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ଶିକ୍ଷା ଓ ତାଲିମ ଶିବିରରେ ଯୋଗଦେଇ କୃତିତ୍ୱ ହାସଲ କରିିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅନୁମୋଦନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସାହାରା ଟ୍ରଷ୍ଟର ଗଙ୍ଗାଧର ପାଣ୍ଡିଆ ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଧାନ, ମାୟାବର୍ହାର୍ ଉଚ୍ଚ ବିଦ୍ୟାଳୟର ଶିତୁ ସାହୁ, ଝାରବାହାଲି ଆଦର୍ଶ ବିଦ୍ୟାଳୟର ନିିହାର ରଂଜନ କର୍ଣ୍ଣ, ସୁବଲୟା ହାଇସ୍କୁଲର ରୀତା ମେହେର, ବୀରମହାରାଜାପୁର ବାଳିକା ହାଇସ୍କୁଲର ଶୁଭଶ୍ରୀ ଦାଶ ଓ ଝାଂସି ଘିବିଲା, ଟାଙ୍ଗରସାହି ଅପର ପ୍ରାଇମେରୀ ସ୍କୁଲର ଶେଷଦେବ ମେହେର, ଖରଝୁରା ହାଇସ୍କୁଲର ପ୍ରିୟଙ୍କା ସାହୁ, ସୋନପୁର ବାଳିକା ହାଇସ୍କୁଲର ଶ୍ରୀୟା ଦାଶ ପ୍ରମୁଖ ଭୁବନେଶ୍ୱର ଶିଖରଚଣ୍ଡୀ ସ୍ଥିତ ନୀଳାଚଳ ପଲିଟେକନିକ୍‌ ମହାବିଦ୍ୟାଳୟରେ ୫ ଦିନ ବ୍ୟାପି ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ଜୁନିୟର ରେଡକ୍ରସ୍‌ ଶିକ୍ଷା ଓ ତାଲିମ ଶିବିରରେ ଯୋଗଦାନ କରି ନିଜ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି । କାଉନସିଲର ତଥା ସାଧନକର୍ମୀ ତପସ୍ୱିନୀ ଦାଶ ଓ ଶେଷଦେବ ଛତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୁନିୟର ନିହାର ରଂଜନ କର୍ଣ୍ଣ ଇଂରାଜୀ ରଚନା ଏବଂ ସାହାରା ଟ୍ରଷ୍ଟର ପ୍ରିୟଙ୍କା ପ୍ରିୟଦର୍ଶିନୀ ପଧାନ ବକ୍ତୃତା ପ୍ରତିଯୋଗିତାରେ ଯଥାକ୍ରମେ ତୃତୀୟ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଉଦ୍‌ଯାପନୀ ଉତ୍ସବରେ ଅତିଥିବୃନ୍ଦ ସାର୍ଟିଫିକେଟ ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଜିଲ୍ଲା ଜୁନିୟର ରେଡକ୍ରସ୍‌ ଅଫିସର ରବିିଚନ୍ଦ୍ର ପଶାୟତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସୋନପୁର ଜିିଲ୍ଲାର ରେଡକ୍ରସ୍‌ ପ୍ରଦର୍ଶନୀ ଉଚ୍ଚ କୋଟିର ହୋଇଥିବା ବିଷୟରେ ଆମନ୍ତ୍ରିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଶିବିରରେ ଆୟୋଜିତ ହୋଇଥିବା ଫ୍ଲାଗ ସେରିମୋନି, କ୍ଲିନିଙ୍ଗ, ସୋସିଆଲ ଗ୍ୟମସ୍‌, ସଡକ ସୁରକ୍ଷା ସଂପର୍କିତ କ୍ୱିଜ ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜୁନିଅର ତଥା ଭଲେଂଟିଅରମାନେ ଦଳଗତ ଭାବରେ ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ, ଏଡିଇଓ ମଂଜୁଲତା ଭୋଇ, ଉପସଭାପତି ଗତିକୃଷ୍ଣ ମିଶ୍ର, ସାଧନକର୍ମୀ, ବିିସିସି, କାଉନସିଲର ପ୍ରମୁଖ ଏହି ଶିବିରରେ ସଫଳତା ପ୍ରାପ୍ତ କରିଥିବାରୁ ଜୁନିଅର ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିଛନ୍ତି । ଜିଲ୍ଲା ଜୁନିିଅର ରେଡକ୍ରସ୍‌ ସୋସାଇଟି ତରଫରୁ ଆଗାମୀ ଦିନରେ ଏହି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିିତ କରାଯିବାକୁ ଯୋଜନା ରଖାଯାଇଛି ବୋଲି ଏଡିଇଓ ତଥା ଜିଲ୍ଲା ଜୁନିଅର ରେଡକ୍ରସ୍‌ ସଂପାଦକ ଡା. ରାଧାକାନ୍ତ ଗଡତିଆ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.