oom

ଆରକ୍ଷଣ ଉପରେ ସୁପ୍ରିମକୋର୍ଟ ରାୟ ବିରୁଦ୍ଧରେ ଭାରତ ବନ୍ଦ : ପଦ୍ମପୁର ଉପଖଣ୍ଡରେ ବନ୍ଦ ସଫଳ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚ ଆହ୍ୱାନରେ ଆରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ ବିରୁଦ୍ଧରେ ଭାରତ ବନ୍ଦରେ ପଦ୍ମପୁର ଉପଖଣ୍ଡରେ ବନ୍ଦ ସଫଳ ହୋଇଛି । ଆରକ୍ଷଣକୁ ସମ୍ପୂର୍ଣ୍ଣ ସମାପ୍ତ କରିବାକୁ ମସୁଧକୁ ବିରୋଧ କରି ପଦ୍ମପୁର ଉପଖଣ୍ଡ ସ୍ତରୀୟ ଅନୁସୂଚିତ ଜାତି, ଜନଜାତି ମିଳିତ ମଞ୍ଚ ନେତୃତ୍ୱରେ ବନ୍ଦକୁ ସମର୍ଥନ କରି ପଦ୍ମପୁର ସହରର ଭେଉଁରିଆ ଛକରେ ଆନ୍ଦୋଳନକାରୀ ପିକେଟିଂ କରି ବନ୍ଦ ପାଳନ କରିଥିଲେ ଫଳରେରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିବା ସହ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଏହିପରି ବନ୍ଦ ପ୍ରଭାବରେ ଉପଖଣ୍ଡର କନସିଂହା, ବରିହାପାଲି, ମହୁଲପାଲି, ଲଖମରା, ବାଦିକଟା, ଟେମରି ଅଞ୍ଚଳର ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିଲା । ମହାବନ୍ଦକୁ ଭୋଜରାଜ ସିଂ ବରିହା, ଟଙ୍କଧର କଣ୍ଟା ସମର୍ଥନ ଜଣେଇ ଥିଲେ । ମହାବନ୍ଦରେ ସ୍ୱତଃ ପ୍ରବୃତ୍ତ ଭାବେ ଉପଖଣ୍ଡର ଗୋଣ୍ଡ, ବିଂଝାଲ, ସହଁରା, କନ୍ଧ, ରଜକ, କୁଲିସ, ଗଣ୍ଡା, ଘାସୀ, ଚମରା, କେଉଁଟ, ଧୀବର, ମାହାର, କୌବର୍ତ୍ତ ସମାଜ ସାମିଲ ହୋଇଥିଲେ । ମହାବନ୍ଦ ସଫଳ କରିବାକୁ ପଦ୍ମପୁର ଉପଖଣ୍ଡ ସ୍ତରୀୟ ମିଳିତ ମଞ୍ଚରୁ ଭୋଜରାଜ ବାଗ, ନୀଳମଣି ବରିହା, ରଘୁନନ୍ଦନ ଦେଓ, ଚନ୍ଦ୍ରହାସ୍ୟ ଜାଲ, ଅଚ୍ୟୁତାନନ୍ଦ ସେଠ୍‌, ନବ ବରିହା, ଗୋପବନ୍ଧୁ ଶିକା, ବଳଦେବ ଭୋଇ, ମୋତିରାମ ବରିହା, ରଞ୍ଜିତ ସିଂ ବରିହା, ଯୁଗଳ କିଶୋର ଭୋଇ, କରୁଣା ବରିହା, ରମେଶ ଗୁର୍ଲ୍ଲା, ଗୋବର୍ଦ୍ଧନ ଛତର, ନରେଶ ଦାସ, କ୍ଷେତ୍ରୀ ଲୁହାର, ନୀଳ ସେନ୍ଦରିଆ, ଦେବରାଜ ସେଟ ନେତୃତ୍ୱ ନେଇଥିଲେ ।

jittmm
Leave A Reply

Your email address will not be published.