କୋଶଳେଶ୍ୱର ମାଳି ସମାଜର ଜିଲ୍ଲାସ୍ତରୀୟ ଶପଥ ଗ୍ରହଣ ଉତ୍ସବ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁଠାରେ କୋଶଳେଶ୍ୱର ମାଳି ସମାଜ ବିକାଶ ପରିଷଦର ଶପଥ ଗ୍ରହଣ ଉତ୍ସବ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଗବନ୍ଧୁ ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ପ୍ରଥମେ କୋଶଳେଶ୍ୱର ବାବାକୁ ପୂଜାର୍ଚ୍ଚନା କରି ସମାଜର ପତାକା ଉତ୍ତୋଳନ କରି ସଭା ଆରମ୍ଭ ହୋଇଥିଲା । ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ବାସୁଦେବ ମାର୍ଥା, ସମ୍ମାନିତ ଅତିଥି ଭାବରେ ଦାରସିଁଙ୍ଗ ପଟେଲ, ମୁଖ୍ୟ ବକ୍ତା ଅନିରୁଦ୍ଧ କୁରୁକୁରିଆ, ବଲାଙ୍ଗିର ଜିଲ୍ଲା ସଭାପତି କାର୍ତ୍ତିକ ପଟେଲ, କଳାହାଣ୍ଡି ସଭାପତି ଯୋଗିରାମ ପଟେଲ, ରାୟଗଡ଼ା ସଭାପତି ଅଭିରାମ ବାରିଆ, ନୂଆପଡ଼ା ସଭାପତି ଯୁବରାଜ ପଟେଲ ପ୍ରମୁଖ ଯୋଗ ଦେଇଥିଲେ ।ଏହି ଶପଥ ଗ୍ରହଣ ଉତ୍ସବରେ ଶିକ୍ଷା, ସମାଜରେ ଥିବା କୁସଂସ୍କାର, ତା ସହିତ ବାଲ୍ୟ ବିବାହକୁ ବନ୍ଦ କରିବା, ମହିଳାମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ନେବାକୁ ଅତିଥିମାନେ ମତ ପ୍ରକାଶ କରିଥିଲେ । ତା ସହିତ ଯୁବ ସଂଗଠନ ଦ୍ଵାରା ସମାଜ ଆଗକୁ ଯାଇପାରିବ ବୋଲି ରାଜ୍ୟ ସଭାପତି କହିଥିଲେ । ସେହିପରି ଯେଉଁମାନେ ସମାଜକୁ ଦୁଇଭାଗ କରି ନିଜର ସ୍ବାର୍ଥ ହାସଲ ପାଇଁ ଲାଗିଛନ୍ତି ସେମାନଙ୍କୁ ଦୃଢ଼ ନିନ୍ଦା କରାଯାଇଥିଲା । ଗତ ଅଠର ତାରିଖ ଦିନ ଭାଲୁଡୁଙ୍ଗୁରି ଗ୍ରାମରେ ଜିଲ୍ଲା କମିଟି ଗଠନ ହୋଇଥିବା ବେଳେ ଗତକାଲି ଶପଥ ଗ୍ରହଣ କରାଯାଇଛି । ବରଗାଁ ଅଞ୍ଚଳ ମଧ୍ୟ ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମ ନୂତନ ଭାବରେ ନିର୍ବାଚିତ ହୋଇଥିଲେ ଜିଲ୍ଲା କମିଟି ଏବଂ ବରଗାଁ ଅଞ୍ଚଳର କର୍ମକର୍ତ୍ତା ମାନେ ଶପଥ ଗ୍ରହଣ କରି ସମାଜକୁ ଆଗକୁ ନେବା ପାଇଁ ପ୍ରତିଜ୍ଞା କରିଥିଲେ । ଏହି ସଭାକୁ କେଦାରନାଥ ପଟେଲ ମଞ୍ଚ ପରିଚାଳନା କରିଥିବା ବେଳେ ବରଗାଁ ଅଞ୍ଚଳ ଏବଂ ଗ୍ରାମ୍ୟ କମିଟି ସହଯୋଗ କରିଥିଲେ ।

Leave A Reply

Your email address will not be published.