ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ଆଜି ସ୍ପିଟିଆ ରାଜ୍ୟ ଘରୋଇ ଆଇଟିଆଇ ସଂଘର ନିର୍ବାଚନ ପରେ ଶପଥ ଗ୍ରହଣ ସରିଯାଇଛି । କରୋନା ନିୟମ ଅନୁଯାଇ ବ୍ରହ୍ମପୁର ସ୍ଥିତ ଏକ ଘରୋଇ ହୋଟେଲଠାରେ ଏହି ଶପଥ ଗ୍ରହଣ କରାଯାଇଥିଲା । ସଭାପତି ଡ. ଅରୁଣ କୁମାର ନାୟକ, ସାଧାରଣ ସମ୍ପାଦକ ଦେବାଶିଷ ଆଚାର୍ଯ୍ୟ, ଉପସଭାପତି ବିଶ୍ୱଜିତ ପଣ୍ଡା ଓ ମିଲନ ମହାପାତ୍ର ଶପଥ ଗ୍ରହଣ କରିଥିଲେ । ନିର୍ବାଚନ ଅଧିକାରୀ ଭାବେ ଜୟନ୍ତ କୁମାର ବିଶ୍ୱାଲ ଓ ଶୁଶୀଲ କୁମାର ଧଳ ଓ ବ୍ରହ୍ମପୁର ଜୋନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।