ବନ୍ୟଜନ୍ତୁ ସୁରକ୍ଷା ପାଇଁ ୨୦୦ ଶିକାରୀଙ୍କୁ ଶପଥ ପାଠ କରି ଛାଡିଲା ପୁଲିସ

ମାଲକାନଗିରି : ଆଦିବାସୀ ଶିକାରୀଙ୍କୁ ଜଙ୍ଗଲରେ ନିରୀହ ଜନ୍ତୁମାନଙ୍କୁ ଶିକାର ନ କରିବା ପାଇଁ ଶପଥ ପାଠ କରାଇଲେ ଚିତ୍ରକୋଣ୍ଡା ଏସ୍‌ଡିପିଓ । ଚିତ୍ରକୋଣ୍ଡା ଅଞ୍ଚଳରେ ଦୁଇଟି ଟ୍ରକରେ ୨୦୦ରୁ ଅଧିକ ଶିକାରୀ ଜଙ୍ଗଲକୁ ଶିକାର କରିବା ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇ ଶିକାର କରିବା କାମ ଛାଡିବା ପାଇଁ କହି ବିଭିନ୍ନ ପାରମ୍ପରିକ ଅସ୍ତ୍ର ଶସ୍ତ୍ରକୁ ଜବତ କରିଛି ଚିତ୍ରକୋଣ୍ଡା ପୋଲିସ । ଚିତ୍ରକୋଣ୍ଡା ଏସ ଏସଡ଼ିପିଓଙ୍କ ଆଗରେ ସମସ୍ତ ଶିକାରୀ ଆଉ ଜଙ୍ଗଲରେ ବେଆଇନ ଭାବରେ ନିରୀହ ପଶୁମାନଙ୍କର ଆଉ ଶିକାର କରିବେ ନାହିଁ ବୋଲି ଶପଥ କଲା ପରେ ପୁଲିସ ସେମାନଙ୍କୁ ଛାଡ଼ିଦେଇଛି ।

Leave A Reply

Your email address will not be published.