oom

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟବିବାହ ନିଷେଧ ପାଇଁ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ

jsmm

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଆଜି ସୁନ୍ଦରଗଡ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ସଦ୍‌ଭାବନା ସଭାଗୃହରେ ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ନିଷେଧ ପାଇଁ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଉଦ୍‌ଯାପନୀ କାର୍ଯ୍ୟକ୍ରମ ଆଯୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ମୁଖ୍ୟ ଅତିଥି ଭାବରେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଗୁରୁ ପ୍ରସାଦ ମହାନ୍ତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କ୍ରିଷ୍ଣା କୁମାରୀ ନନ୍ଦ, ନିଯତି ଫାଉଣ୍ଡେସନର ଶୁଭଶ୍ରୀ ରାୟ, ଉପ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନନ୍ଦ, ପିଓ ଚୁଲେଶ୍ୱରୀ ପଟେଲ ମାନନୀୟ ଅତିଥି ରୂପେ ଯୋଗଦେଇଥିଲେ । ଜିଲ୍ଲାର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ, ପ୍ରୋଗ୍ରାମ ଅଫିସର, ସିଡବ୍ଲୁସି ମେମ୍ବର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କ୍ରିଷ୍ଣା କୁମାରୀ ନନ୍ଦ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇ ଏହି କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ବାଲ୍ୟ ବିବାହ ନିଷେଧ ପାଇଁ କି କି ପଦକ୍ଷେପ ନିଆଯିବା ଆବଶ୍ୟକ ଓ ଏହି କ୍ଷେତ୍ରରେ ବିଭିନ୍ନ ବିଭାଗ କଣ କରିପାରିବେ ତାହା ଆଲୋଚନା କରାଯାଇଥିଲା । କିଶୋରୀମାନଙ୍କୁ ସଚେତନ କରାଯିବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଇଥିଲା । ବାଲ୍ୟ ବିବାହ ନିଷେଧ ଜିଲ୍ଲା ସଂଯୋଜିକା ମୀନାକ୍ଷୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୁରକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.