
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଟିର ପୁଅ ତଥା ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ ବିଧିବଦ୍ଧ ଭାବେ ଓଡିଶା ଅଲମ୍ପିକ ସଂଘର ଯୁଗ୍ମ ସଂପାଦକ ଭାବେ ମନୋନୀତ ହୋଇଛନ୍ତି । ଓଡିଶା ଅଲମ୍ପିକ ସଂଘର ସଭାପତି ପଙ୍କଜ ଲୋଚନ ମହାନ୍ତ ଓ ସଂପାଦକ ସଞ୍ଜୟ ବେହେରା ଉପଢୌକନ ଦେଇ ଶ୍ରୀ ପୂଜାରୀଙ୍କୁ ବିଧିବଦ୍ଧ ଭାବେ ସଂଘକୁ ସ୍ୱାଗତ କରିଥିଲେ । ଶ୍ରୀ ପୂଜାରୀ ବଲାଙ୍ଗିର କ୍ରୀଡା ସଂସଦରେ ରହି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳତାର ସହ ସଂପାଦନ କରିଛନ୍ତି । ଯାହାଫଳରେ ସେ ବାରମ୍ବାର ନିର୍ବାଚିତ ହୋଇ ଆସିଛନ୍ତି । ଶ୍ରୀ ପୂଜାରୀ ଆମ ସଂଘରେ ସାମିଲ ହେବା ଦ୍ୱାରା ସଂଘ ଆହୁରି ମଜବୁତ ହେବ ବୋଲି ରାଜ୍ୟ ଅଲମ୍ପିକ ସଂଘ କହିଛି । ତେବେ ଶ୍ରୀ ପୂଜାରୀ ଜଣେ ସଫଳ କ୍ରୀଡା ସଂଘଠକ ଭାବେ ବଲାଙ୍ଗିରରେ ଜଣାଶୁଣା । ସେ ଦାୟିତ୍ୱ ନେବା ପରେ ଗାନ୍ଧୀ ଷ୍ଟାଡିଅମ ଓ ବଲାଙ୍ଗିର ମହିଳା କ୍ରିକେଟ ଅନେକ ଉପଲବଧି ହାସଲ କରିଛି । ତା’ଛଡା ସେ ଲଗାତାର ୫ମ ଥର ପାଇଁ ଜିଲ୍ଲା କ୍ରୀଡା ସଂଘର ସଂପାଦକ ଭାବେ ଅଂଚଳରେ କ୍ରୀଡାର ଉନ୍ନତି ପାଇଁ କାର୍ଯ୍ୟରତ ରହିଛନ୍ତି । ତାଙ୍କର ଏହି ସଫଳତା ପରେ ଖେଳାଳି ଓ କ୍ରୀଡାବିତ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।