ବିନ୍ଧାଣୀରୁ ୫ ଫୁଟର ଅଜଗର ସାପ ଉଦ୍ଧାର କଲା ବନ ବିଭାଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଂଚାୟତର ବିନ୍ଧାଣୀ ଗ୍ରାମର ତେଲନଦୀ ନିକଟରୁ ବନ ବିଭାଗ ଏକ ୫ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର କରିଛି । ସୂଚନା ମତେ, କୌଣସି ସୂତ୍ରରୁ ଖବର ପାଇ ମଦନପୁର ସେକ୍ସନର ବନପାଳ ସମ୍ପଦ କୁମାରଙ୍କ ନେତୃତ୍ୱରେ ବନ କର୍ମଚାରୀ ଓ ସାପ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଂଚି ସାପକୁ ସୁରକ୍ଷିତ ଭାବେ ଧରି ସୁନାମୁଖୀ ସଂରକ୍ଷିତ ଜଙ୍ଗଲ ନରସିଂହପୁର ଠାରେ ଛାଡିଦେଇଥିଲେ । ଏହି ଟିମରେ ସାପ ଉଦ୍ଧାରକାରୀ ଟିମର ରମେଶ ନାଗ, କ୍ରିଷ୍ଣା ନାଗ, ସତ୍ୟବାନ ନାଗ, ଫରେଷ୍ଟ ଗାର୍ଡ ସତ୍ୟମ ମାଝୀ ଓ ଗୋପୀନାଥ ନାଏକ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.