
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଭୋର୍ ସକାଳ ପ୍ରାୟ ୩ ଟା ସମୟରେ ଶାନ୍ତିପଡା ଛକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସିଜି୦୪ଏନ୍ଏମ୍ ୫୫୮୯ ବିଶିଷ୍ଟ ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ର ବତୀଖୁଣ୍ଟରେ ଧକ୍କା ହୋଇଥିବା ବେଳେ ବତୀଖୁଣ୍ଟ ଉପଡି ଯାଇଥିବା ଦେଖିବାକୁ ମିଳିଛି । ଏହା ସହିତ ରାସ୍ତା କଡର ଦୋକାନ ଘର ଉପରେ ମଧ୍ୟ ଟ୍ରକ ଚଢିଯାଇ ଚୁର୍ମାର୍ କରି ଦେଇଛି । ତେବେ ପୋଲିସ ପେଟ୍ରୋଲିଂ ଟିମ୍ ଦୁର୍ଘଟଣା ଘଟାଇଥିବା ଟ୍ରକକୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଟାଉନଥାନରେ ଟ୍ରକ ସହ ଟ୍ରକ ଡ୍ରାଇଭରକୁ ଅଟକ ରଖାଯାଇଥିବା ଜଣାପଡିଛି । ଅନ୍ୟପଟେ ବିଜୁଳି ଖୁଣ୍ଟ ଉପୁଡି ଯାଇଥିବାରୁ ରାତି ୩ଟା ସମୟରୁ ଅଂଚଳରେ ବିଜୁଳି ବିଭ୍ରାଟ ଦେଖାଦେଇଛି । ପୋଲିସ ତଦନ୍ତ ଜାରି ରଖିଛି ।
