centurian jitm

ବଲାଙ୍ଗିର ସଦର ମହକୁମାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ମହକୁମାରେ ପାଳିତ ହୋଇଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୱାକାଥନ୍ ସହିତ ପଥୋତ୍ସବ କରାଯାଇଛି । ୱାକାଥନ୍‌ କାର୍ୟ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ ପତାକା ଦେଖେଇ ଆରମ୍ଭ କରିଥିଲେ । ବହୁ ଛାତ୍ରଛାତ୍ରୀ, ମହିଳା, ଅନୁଷ୍ଠାନମାନଙ୍କର ବିଶିଷ୍ଠ ବ୍ୟକ୍ତି, ଜିଲ୍ଲାର ଅଧିକାରୀଗଣ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ । ବଲାଙ୍ଗିର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ଏହି ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଏବଂ ଶେଷରେ ଗାନ୍ଧୀ ଭବନ ପାଠାଗାର ଯାଏଁ ଆସିଥିଲା । ଭୋଟର ସଚେତନତା ତଥା ସଠିକ ମତଦାନର ନାରା ସହ ସମସ୍ତେ ସହର ଭ୍ରମଣ କରିଥିଲେ । ଦ୍ଵିତୀୟ ପର୍ୟ୍ୟାୟରେ ପଥୋତ୍ସବରେ ଏକ ସଭା ଅନୁଷ୍ଠିତ ହେଇଥିଲା । ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ମତଦାନ ପାଇଁ ନାମ ପଞ୍ଜିକରଣ କରିବାକୁ କହିଥିଲେ । ସୁସ୍ଥ ନିର୍ବାଚନ ପାଇଁ ସଠିକ ତଥ୍ୟ ଏବଂ ନିର୍ଭୁଲ ଭୋଟର ତାଲିକା ନିତାନ୍ତ ଜରୁରୀ । ତେଣୁ କୌଣସି ବି ଭୁଲ ଏହି ଅଭିଯାନରେ ସଂଶୋଧନ କରିବାକୁ ଆହ୍ୱାନ କରିଥିଲେ । ଜାନୁଆରୀ, ଏପ୍ରିଲ, ଜୁଲାଇ, ଅକ୍ଟାବର ପହିଲାରେ ଯାହାକୁ ୧୮ ବର୍ଷ ହେଉଥିବ ସେମାନେ ନିଜକୁ ଭୋଟର ତାଲିକାରେ ପଂଜିକୃତ କରାଇପାରିବା ସହ ଭୋଟ ଦେଇପାରିବେ । ଏଥିପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଚାରୋଟି ଫର୍ମରେ ଆବେଦନ କରିହେବ । ଫର୍ମ ୬ରେ ଭୋଟର ପଞ୍ଜିକରଣ, ଫର୍ମ ୭ରେ ନାମ ଅପସାରଣ, ଫର୍ମ ୮ରେ ସବିଶେଷ ସଂଶୋଧନ ତଥା ଫର୍ମ ୬ବି ରେ ଆଧାର ଭୋଟର ପରିଚୟ କାର୍ଡ ଲିଙ୍କ କରିହେବ ବୋଲି ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା କହିଥିଲେ । ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ଆସନ୍ତା ନଭେମ୍ବର ମାସ ୫/୧୧/୧୯/୨୫ ତାରିଖ ବୁଥସ୍ତରୀୟ ଅଧିକାରୀଙ୍କ ନିକଟସ୍ଥ ବୁଥରେ ରହି ଆବେଦନ ଗ୍ରହଣ କରାଯିବ । ଭୋଟର ହେଲ୍ପଲାଇନ ଆପ ଜରିଆରେ ମଧ୍ୟ ଘରେ ବସି ଜଣେ ଆବେଦନ କରିପାରିବେ । ଅକ୍ଟାବର ୨୭ରୁ ଚିଠା ତାଲିକା ପ୍ରକାଶନୀ ଦିନଠାରୁ ଡିସେମ୍ବର ୯ ପର୍ୟ୍ୟନ୍ତ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ନିମନ୍ତେ ଆବେଦନ ଗ୍ରହଣ କରାଯାଇ ସଂଶୋଧନ ପାଇଁ ଶୁଣାଣି କରାଯିବ । କାର୍ୟ୍ୟକ୍ରମ ଶେଷରେ ଝୋଟି, ରଙ୍ଗୋଲି ତଥା ହସ୍ତାକ୍ଷର ଅଭିଯାନ କରାଯାଇଥିଲା । ଓଡିଶା ଆଦର୍ଶ ବିଦ୍ୟାଳୟ, ମହୀମୁଣ୍ଡାର ଜିଜ୍ଞାସା କୁମ୍ଭାର, ପୁଇଁତଲାର ଘୁଙ୍ଗୁର କଳା ପରିଷଦ, ପଥରଚେପାର ଅନ୍ବେଶା ହଷ୍ଟେଲ, ସାମରିକ କଳା ତଥା ଉଷୁ ପ୍ରଦର୍ଶନ କରିଥିଲେ । ଆସିଷ୍ଟାଣ୍ଟ କଲେକ୍ଟର ଫାଲ୍ଗୁନୀ ଶବର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.