ସଂସ୍କୃତି ମନ୍ତ୍ରୀଙ୍କୁ ସାକ୍ଷାତ କରି ସଙ୍ଗୀତ ବିଦ୍ୟାଳୟ ଖୋଲିବା ପାଇଁ ଦାବିପତ୍ର ପ୍ରଦାନ କଲେ ନାଟ୍ୟକାର ଲଳିତ ଜଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଯୁବ ନାଟ୍ୟକାର, ପାଇକମାଲ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ଓ ପାଇକମାଲ ବ୍ଲକ କଳାକାର ମହାସଂଘର ସାଧାରଣ ସମ୍ପାଦକ ତଥା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ଜିଲ୍ଲା ସଭାପତି ଶ୍ରୀ ଲଳିତ ଜଗତ ସଂସ୍କୃତି, କ୍ରୀଡ଼ା ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ତାଙ୍କ ବାସଭବନ ଭୁବନେଶ୍ୱର ଠାରେ ସାକ୍ଷାତ କରି ପାଇକମାଲ ଅଞ୍ଚଳରେ ଗୋଟିଏ ସଙ୍ଗୀତ ବିଦ୍ୟାଳୟ ଖୋଲିବା ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ପାଇକମାଲ ଅଞ୍ଚଳରେ ସବୁ ପ୍ରକାରର ଶିକ୍ଷା ଅନୁଷ୍ଠାନ ଅଛି । ହେଲେ ସଙ୍ଗୀତ ବିଦ୍ୟାଳୟ ଟିଏ ନାହିିଁ । ବହୁତ ଯୁବ ପ୍ରତିଭା ମାନେ ରହିଛନ୍ତି । କିନ୍ତୁ ଠିକ୍ ଭାବରେ କଳାର ଶିକ୍ଷା ପାଇ ପାରୁ ନାହାଁନ୍ତି । ଏ ଅଞ୍ଚଳରେ ସଙ୍ଗୀତ ବିଦ୍ୟାଳୟ ଟିଏ ହେଲେ ବହୁତ କଳାକାର ଉପକୃତ ହୋଇପାରିବେ । ଏହା ସଙ୍ଗେ କଳାକାର ଭତ୍ତାଧିକାରୀ ମାନଙ୍କର ନିୟମିତ ଭତ୍ତା ପ୍ରଦାନ ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତାରେ ଆବେଦନ କରିଥିବା କଳାକାର ମାନଙ୍କ ବିଷୟରେ ଆଲୋଚନା କରି ବରଗଡ଼ ଜିଲ୍ଲାରେ ସ୍ଥାୟୀ ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ନିଯୁକ୍ତି ପ୍ରଦାନ କରିବା ପାଇଁ କହିଥିଲେ । ବରଗଡ଼ ଜିଲ୍ଲାରେ ବହୁତ ବଡ଼ ବଡ଼ ପ୍ରତିଭାଧାରୀ କଳାକାର ମାନେ ରହିଛନ୍ତି ତେଣୁ ସ୍ଥାୟୀ ଅଧିକାରୀ ନ ଥିବାରୁ କଳାକାର ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏସବୁ ବିଷୟର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.