om academy

ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ

jsm

କଲମପୁର : ଧନପୁର ସ୍ଥିତ ଅଚ୍ୟୁତାନନ୍ଦ ହାଇସ୍କୁଲଠାରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି । ଆଦି ଭାଷା ସଂସ୍କୃତ । ଯାହାକୁ ଭାଷା ଜନନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଦିନକୁ ଦିନ ଏହି ଭାଷା ଲୋପ ପାଇବାକୁ ବସିଲାଣି । ତେଣୁ ଏହି ଭାଷାର ସୁରକ୍ଷା ତଥା ବହୁଳ ପ୍ରଚାର ଓ ବ୍ୟବହାର ପାଇଁ ଆରମ୍ଭ ହେଉଛି ସଂସ୍କୃତ ଦିବସ ପାଳନ ।
ଶୁକ୍ରବାର ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଛି ସଂସ୍କୃତ ଦିବସ । ବାଗଦେବୀଙ୍କ ପୂଜାନୋତ୍ସବ ପରେ ଧନପୁର ଅଚ୍ୟୁତାନନ୍ଦ ହାଇସ୍କୁଲ ସଂସ୍କୃତ ଶିକ୍ଷକ ତଥା କଳାହାଣ୍ଡି ଜିଲ୍ଲା ସଂସ୍କୃତ ସଂଘର ସମ୍ପାଦକ ବ୍ରଜ କିଶୋର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ବଡକୁଟୃ ପଂଚାୟତ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଇନ୍ଦୁଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପଣ୍ଡିଗାଁ ସରକାରୀ ଉନ୍ନୀତ ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ନଳିନୀ ପ୍ରଭା ଦାସ । ଶିକ୍ଷକ ସୂର୍ୟ୍ୟ ନାରାୟଣ ଖାଡାଙ୍ଗା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଅନିଲ କୁମାର ମାଝୀ ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷକ ପ୍ରେମଲାଲ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଅଶୋକ କୁମାର ଦୋରା, ମୋହନ ନାଗ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.