ସଂସ୍କୃତ ଭାରତୀ ଦ୍ୱାରା ବିଶ୍ୱ ସଂସ୍କୃତ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତର ପ୍ରଚାର କରି ନିତ୍ୟ ବ୍ୟବହାରରେ ଆଣିବା ପାଇଁ ସଂସ୍କୃତ ଭାରତୀ ଦ୍ୱାରା ସଂସ୍କୃତ ସମାରୋହର ଆୟୋଜନ ଗୁଗୁଲ୍‌ମିଟ୍‌ ଦ୍ୱାରା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଓଡିଆ ତଥା କୋଶଲୀ ସିନେମା ଜଗତର ପ୍ରସିଦ୍ଧ ସଙ୍ଗୀତଜ୍ଞ ପଙ୍କଜ ଜାଲ ଯୋଗଦେଇ ଆଧୁନିକ ଯୁଗରେ ସଂସ୍କୃତର ଆବଶ୍ୟକତା ରହିଛି ବୋଲି ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡ. ସମ୍ପଦାନନ୍ଦ ମିଶ୍ର ହିତ ସଂସ୍କୃତ ଭାଷାରେ ନିହିତ ଏବଂ ସଂସ୍କୃତର ପୁନରୁଜ୍ଜୀବନ, ଭାରତୀୟ ସଂସ୍କୃତିର ପୁନରୁତ୍‌ଥାନ ଏବଂ ଭାରତର ପୁନରୁତ୍‌ଥାନ ନିମନ୍ତେ ପ୍ରୟାସ ଆମର ପରମ କର୍ତ୍ତବ୍ୟ ଅଟେ ଏବଂ ସଂସ୍କୃତ ଶିକ୍ଷା ହିଁ ଦିଗଭ୍ରଷ୍ଟ ସମାଜକୁ ନୀତିନିଷ୍ଟ ଓ ଶୃଙ୍ଖଳିତ କରି ପାରିବ ଏବଂ ନୈତିକ ତଥା ମୁଲ୍ୟବୋଧ ଶିକ୍ଷା ହିଁ ଏକ ସୁସ୍ଥ ସମାଜ ଗଠନର ଶ୍ରେଷ୍ଠ ଉପାଦାନ, ଛାତ୍ରଛାତ୍ରୀମାନେ କେବଳ ପୋଥିଗତ ବିଦ୍ୟା ସୀମିତ ନ ରହି ଆଚରଣ ଗତ ବ୍ୟବହାରିକ ଶିକ୍ଷା ଉପରେ ଗୁରୁତ୍ୱ ଦେଲେ ସମାଜରେ କେବଳ ଶାନ୍ତି ଓ ମୈତ୍ରୀ ନୁହେଁ ସାର୍ବଜନୀନ ଭାବଧାରର ଅଭ୍ୟୁଦୟ ହୋଇପାରିବ ବୋଲି ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଭା ସଂଚାଳନ ଶ୍ୱେତପଦ୍ମା ଷଡଙ୍ଗୀ, ଧ୍ୟେୟମନ୍ତ୍ରର ଉଚ୍ଚାରଣ ଅଳିଶା ମିଶ୍ର, ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ବଲାଙ୍ଗିର ଜିଲ୍ଲାର ସଂଯୋଜକ ତଥା ଓଏଭି ଝରଣୀର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର, ବ୍ୟକ୍ତିଗତ ଗୀତ କାହ୍ନା ବାରିକ, ଉଦ୍ଦେଶ୍ୟ କଥନ ବଲାଙ୍ଗିର ମହିଳା ବିଦ୍ୟାଳୟର ଅଧ୍ୟାପକ ଅଜିତ କୁମାର ପଣ୍ଡା, ଅଧ୍ୟକ୍ଷ ଭାଷଣ ଡିଏଭି ମହାବିଦ୍ୟାଳୟ ଟିଟିଲାଗଡର ଡ. ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ ଚନ୍ଦନଭାଟୀ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଡ. ସତ୍ୟବ୍ରତ ମିଶ୍ର ଏବଂ ଶାନ୍ତିପାଠ ସରସ୍ୱତୀ ଶିଶୁ ମନ୍ଦିର କଣ୍ଟାବାଞ୍ଜି ସୁଜୁ ବଗର୍ତ୍ତି କରିଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.