ବଲାଙ୍ଗିର ସଂସ୍କାର ଭାରତୀର ନୂତନ ଦାୟିତ୍ୱ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଚିତ୍ର ସଂଗୀତ ମହାବିଦ୍ୟାଳୟ ‘କଳାଧାମ’, ଟେଲିଗୋଠପଡା ବଲାଙ୍ଗିରଠାରେ କଳା ଓ ସଂସ୍କୃତିର ଉତ୍ଥାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠନ ସଂସ୍କାର ଭାରତୀ ବଲାଙ୍ଗିର ଶାଖାର କର୍ମକର୍ତ୍ତାମାନଙ୍କ ନୂତନ ଦାୟିତ୍ୱ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତର ମହାମନ୍ତ୍ରୀ ଗଦାଧର ବାରିକ ଏବଂ ଉପାଧ୍ୟକ୍ଷ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ଅତିଥି ଭାବରେ ଯୋଗଦାନ ପୂର୍ବକ କର୍ମକର୍ତ୍ତାମାନଙ୍କୁ ନୂତନ ଭାବରେ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଥିଲେ । ଏହି କ୍ରମରେ ବାସୁଦେବ ମେହେର ସଭାପତି ଭାବେ, ପ୍ରଦୀପ ବରାଳ ଓ ମୁରଲିଧାରୀ ପତି, ଉପସଭାପତି ଭାବେ, ଦିଲ୍ଲୀପ କୁମାର ସିଂହଦେଓ ସଂପାଦକ ଭାବେ, ମଳୟ ତ୍ରିପାଠୀ ସହସଂପାଦକ, ପ୍ରଭାକର ମିଶ୍ର ଜିଲ୍ଲା ସଂଯୋଜକ ଏବଂ ମାନସ ରଞ୍ଜନ ସାହୁଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଅର୍ପଣ କରାଗଲା । ଏ ଅବସରରେ ପାରସ୍ପରିକ ସହଯୋଗରେ କିଭଳି ଆମ କଳା, ସଂସ୍କୃତି, ପରଂପରାର ବିକାଶ ତଥା ଉତ୍ତରୋତ୍ତର ଉନ୍ନତି ଏବଂ ସାଂସ୍କୃତିକ ବାତାବରଣ ମାଧ୍ୟମରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ସେ ଦିଗରେ ଆଗକୁ କି ପ୍ରକାର ପଦକ୍ଷେପ ନିଆଯାଇପାରିବ ଆଲୋଚନା ହେବା ସହ ଅତିଥିମାନଙ୍କ ଦ୍ୱାରା ମତ ପ୍ରକାଶ ପାଇଛି । ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଚାନ୍ଦ, ଜବାହାରଲାଲ ନନ୍ଦ, ଅଜୟ ଅମର ସିଂହଦେଓ ତଥା ନଳିନୀ ସିଂହ କାର୍ଯ୍ୟକ୍ରମରେ ସହଯୋଗିତା କରିଥିଲେ । ପରିଶେଷରେ ନୂତନ ସଂପାଦକ ଶ୍ରୀ ସିଂହଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.