ମୃତ ଛାତ୍ରଙ୍କ ପରିବାରବର୍ଗଙ୍କ ପାଇଁ ସହାୟତା ଘୋଷଣା କଲେ ସରକାର ଓ ସାଂସଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ରାତିରେ ପଦ୍ମପୁର ଅନ୍ଵେଷା ହଷ୍ଟେଲ ଅନ୍ତେବାସୀ ପ୍ରିନ୍ସ କୁମ୍ଭାରଙ୍କର ହଷ୍ଟେଲରେ ମୃତ୍ୟୁ ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ । ରାଜ୍ୟ ସରକାରଙ୍କର ଆଦିବାସୀ କଲ୍ୟାଣ ବିଭାଗ ତରଫରୁ ମୃତ ଛାତ୍ରଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା ସହ ପ୍ରଶାସନ ତରଫରୁ ୫୦,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ବିଜେପୁର ବିଧାୟକ ସନତ ଗଡତିଆ ଏନେଇ ଛାତ୍ରଙ୍କ ମୃତ୍ୟୁରେ ଦୁଃଖପ୍ରକାଶ କରିବା ସହ ବରଗଡ଼ ସାସଂଦ ପ୍ରଦୀପ ପୁରୋହିତ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଉଭୟେ ମୃତକଙ୍କ ପରିବାରଙ୍କ ପ୍ରତି ନିଜର ସମବେଦନା ଜଣାଇବା ସହ ସହାୟତା ଘୋଷଣା କରିଛନ୍ତି ।

Leave A Reply

Your email address will not be published.