ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଉଦ୍ୟମ କ୍ରମେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଲଖମରା ଗାନ୍ଧୀ ଛକରୁ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ ୮ଟା ସମୟରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ତଥା ପାଇକମାଲ ବିଡିଓଙ୍କ ଉଦ୍ୟମ କ୍ରମେ ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରାରୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଆରମ୍ଭ ହୋଇଛି । ଏହି ବସ୍‌ ଆଗରୁ ସାପଲହର ପର୍ଯ୍ୟନ୍ତ ଚାଳୁଥିଲା । ଏହି ବସ୍‌ ସେବା ଯୋଗୁଁ ଲଖମରା, ଚର୍ଦାପାଲି, ସରାଇକେଲା ଆଦି ଗ୍ରାମ ପଞ୍ଚାୟତବାସୀ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ବସ୍‌ ସେବା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ବସ୍‌ ସେବା ଆରମ୍ଭ ହେବା ଫଳରେ ଫ୍ରେଜରପୁର ନୋଡାଲ ସ୍କୁଲରେ ଅନେକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ସେମାନଙ୍କର ମଧ୍ୟ ଯିବା ଆସିବା ସୁବିଧା ହେବ ତଥା ଲଖମରାରୁ ପାଇକମାଲ ବ୍ଲକକୁ ଲୋକମାନେ ସିଧାସଳଖ ଯାତାୟାତ କରିପାରିବେ । ଏହି ବସ୍‌ ସେବା ଯୋଗୁଁ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କୁ ଲଖମରା ଅଞ୍ଚଳ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଲଖମରାର ସମାଜସେବୀ ସପ୍ତହାର ଝଗରା, ମଧୁସୂଦନ ଦାସ, ହେମନ୍ତ ସାହୁ, ପଞ୍ଚା ସାହୁଙ୍କ ସମେତ ଭାରତୀୟ ଜନତା ପାର୍ଟି ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ, ଯୁବମୋର୍ଚ୍ଚା ସଭାପତି ଟୁନା ଡଣ୍ଡସେନା, ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ବେରିଆ, ମୋହିତ ରାମ ଝଗରା, ନିମାଇ ପଟେଲ, ରାଜିବ ବେହେରା, ମିତ୍ରଭାନୁ ସାହୁ, ଭୀମ ଡଣ୍ଡସେନା, ବସନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.