
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ରାଜ୍ୟସଭା ସାଂସଦ ସୁବାଷ ସିଂଙ୍କର ପୌଷ୍ୟ ବିଦ୍ୟାଳୟ ରାମଜୀ ହାଇସ୍କୁଲ କୁରୁଲ ଠାରେ ରୋଟାରୀ କ୍ଲବ ବଲାଙ୍ଗିର ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମାକ୍ସ ଏବଂ ସେନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ମାନ୍ୟବର ସାଂସଦ ସୁବାଷ ସିଂଙ୍କ ଅନୁରୋଧ କ୍ରମେ କୋଭିଡ୍ ନିୟମ ଅନୁଷ୍ଠିତ ହୋଇଥିôଲା । ବରିଷ୍ଠ ରୋଟାରିଆନ ବିଷ୍ଣୁ ପ୍ରସାଦ କେଡିଆଙ୍କ ସଂଯୋଜନାରେ କ୍ଲବର ସଭାପତି ରାଜେଶ ଜୈନ, ସଂପାଦକ କହ୍ନେୟାଲାଲ ଅଗ୍ରୱାଲ, ମନୋନୀତ ସଂପାଦକ ସୁଶିଲ ଅଗ୍ରୱାଲ ତଥା ପ୍ରତିଷ୍ଠା ସଭ୍ୟ ଓମ୍ ପ୍ରକାଶ କାଉଣ୍ଟିଆ ଏବଂ ବରିଷ୍ଠ ରୋଟାରିଆନ ସଂଗୀତ ଅଗ୍ରୱାଲ, ବଳରାମ ଅଗ୍ରୱାଲ, ସଂଜୟ ଅଗ୍ରୱାଲ ଇତ୍ୟାଦି ସଭ୍ୟ ଯୋଗ ଦେଇଥିଲେ । ସଭ୍ୟ ଓମ୍ ପ୍ରକାଶ କାଉଣ୍ଟିଆ ଏକ ଗରିବ ମେଧାବୀ ଛାତ୍ରୀ ପ୍ରିୟଙ୍କା ଦୀପଙ୍କର ଉଚ୍ଚ ଶିକ୍ଷା ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ମାଧ୍ୟମରେ ଜଣାଇଛନ୍ତି । ଏହି ଅବସରରେ ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକଙ୍କ ୩୨ତମ ବିବାହ ବାର୍ଷିକ ଅବସରରେ ରୋଟାରୀ କ୍ଲବ ତରଫରୁ ତାଙ୍କୁ ଅଭିନନ୍ଦନ ଏବଂ ସମ୍ବର୍ଦ୍ଧିତ କରାଯାଇ ଥିଲା ।ସାଂସଦଙ୍କ ପୌଷ୍ୟ ସ୍କୁଲରେ ବିଶ୍ୱ ପରିବେଶ ଦିବସ