ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ତୀରେ ଅବସ୍ଥିତ ମା’ ରାମଚଣ୍ଡୀ ମନ୍ଦିରର ସ୍ଥାପତ୍ୟ କଳା ଓ ପୀଠ ପରିସରର ନିର୍ମାଣ ଶୈଳୀ ଖୁବ୍ ଚମତ୍କାର ମହନୀୟ ପରିକଳ୍ପନା ଅଟେ । ଏହି ମହାନ ପରାକାଷ୍ଠା ପ୍ରତିପାଦନ କରିଥିବା ବିଜ୍ଞ ପାଣ୍ଡିତ୍ୟ ବ୍ୟକ୍ତି ବିଜୟ କୁମାର ତ୍ରିପାଠୀ ମହାମାନ୍ୟ ଓଡିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଦ୍ଵାରା ଗୁରୁବାର ଏକ ସାନ୍ଧ୍ୟ ଭବ୍ୟ ରାଜ୍ୟସ୍ତରୀୟ ସମ୍ମିଳନୀରେ ସମ୍ମାନିତ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର ଜୟଦେବ ଭବନରେ ଗୁରୁବାର ଏକ ନିଆରା ସାନ୍ଧ୍ୟ ସାଂସ୍କୃତିକ ଭରା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀମତୀ ପାଢ଼ୀ ତାଙ୍କୁ ଉପଢ଼ୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜଧାନୀ ଭୁବନେଶ୍ୱରର ଅଗ୍ରଣୀ ସଂଗଠନ ସଙ୍ଗିନୀ ଫାଉଣ୍ଡେସନ୍ ପକ୍ଷରୁ ଜୟଦେବ ଭବନଠାରେ ଗୁରୁବାର ଆୟୋଜିତ ହୋଇଥିଲା । କଳାକାର, କବି, ସାହିତ୍ୟିକ, ସାହିତ୍ୟିକା, ସାମ୍ବାଦିକ ତଥା ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ୍ୟଙ୍କୁ ପୁରସ୍କୃତ ଏବଂ ତାଙ୍କରି ପାରଦର୍ଶିତାକୁ ପ୍ରତିପାଦନ କରି ଏହି ମଞ୍ଚରେ ବରେଣ୍ୟ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଗିନୀ ଫାଉଣ୍ଡେସନର ଚେୟାରମେନ୍ ଶ୍ରୀମତୀ ନୀଳିମା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହର ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶିଶୁ ଆୟୋଗର ଅଧ୍ୟକ୍ଷା ତଥା ନାରୀନେତ୍ରୀ ଜଗତର ଜଣେ କର୍ଣ୍ଣଧାର ଶ୍ରୀମତୀ ବବିତା ପାତ୍ର, ସିନେ ଅଭିନେତ୍ରୀ ପୁନମ୍ ମିଶ୍ର, ଓଲିଉଡ ଷ୍ଟାର ସ୍ଵପ୍ନା ପ୍ରିୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ଶ୍ରୀମତୀ ନିବେଦିତା ରଥ ପ୍ରମୁଖ ବହୁ ଗଣ୍ୟମାନ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।