
ଭୁବନେଶ୍ୱର, (କେପିଏନ୍ଏସ୍) : ସର୍ବଭାରତୀୟ ଶିକ୍ଷା ସଂସ୍ଥା, ସେଂଟର ଫର୍ ଏକ୍ସଲେନ୍ସ ଡେଭେଲପମେଂଟ (ସିଇଡି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍ଡି ପ୍ରୀତମ ନାୟକଙ୍କୁ ଶିକ୍ଷା ଭାରତୀ ସମ୍ମାନ ପ୍ରଦାନ କରାଯାଇଛି । ଉତରପ୍ରଦେଶ ଗୁରୁଗ୍ରାମଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସିଇଡିର ସଂସ୍ଥାପକ – ସଭାପତି ତଥା ସେଣ୍ଟ ଜାଭିଅର୍ ଗ୍ରୁପ୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ପ୍ରିୟଦର୍ଶୀ ନାୟକ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।