oom

ଶ୍ରୀ ଶ୍ରୀ ଗୋପାଳଜୀ ମହାରାଜଙ୍କ ମନ୍ଦିରରେ ୫୯ତମ ନାମ ସଂକୀର୍ତ୍ତନ ଆରମ୍ଭ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ତା.୨୩.୦୩.୨୦୨୩ ପଦ୍ମପୁର ସାହୁପଡା ସ୍ଥିତ ଶ୍ରୀ ଶ୍ରୀ ଗୋପାଳଜୀ ମହାରାଜଙ୍କ ମନ୍ଦିର ପ୍ରାଙ୍ଗଣରେ ୩ ଦିନ ଧରି ହେବାକୁ ଥିବା ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଗତ ବୁଧବାର ଦିନ ସନ୍ଧ୍ୟା ସମୟରେ ଶ୍ରୀ ଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କର ୫୯ତମ ୨୪ ପ୍ରହରୀ ହରିନାମ ଯଜ୍ଞ ଉପଲକ୍ଷେ ପଦ୍ମପୁର ନଗର ସାହୁପଡ଼ା ଗୋପାଳଜୀ ମନ୍ଦିର ଠାରୁ ମହାସମାରୋହରେ କଳସ ଯାତ୍ରା ବାହାରି ନଗର ପରିକ୍ରମା କରିବା ସହ ରୀତିନୀତି ଅନୁସାରେ ଅଧିବାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଗୁରୁବାର ଅପରାହ୍ଣ ୩ଟା ସମୟରେ ଗୋପାଳଜୀ ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ନାମ ଆରମ୍ଭ ହୋଇଥିଲା । କମିଟିର ସଭାପତି ମହିପାଳ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଳାଇବାର ଦାୟିତ୍ଵ ନେଇଥିବା ବେଳେ ଚଳିତ ହରିନାମ ଯଜ୍ଞରେ ସମଗ୍ର ସାହୁପଡ଼ା ବାସୀଙ୍କ ତରଫରୁ ମନୋରଞ୍ଜନ ସାହୁ ଏବଂ ଶ୍ରୀମତୀ ମୀନଲୀକା ସାହୁ କର୍ତ୍ତା ଭାବରେ ଦାୟିତ୍ଵ ତୁଳାଉଛନ୍ତି । ଦୀର୍ଘ ତିନି ଦିନ ବ୍ୟାପି ହେଉଥିବା ଏହି ଯଜ୍ଞର ପ୍ରଥମ ଦିନରେ ବିଭିନ୍ନ ସ୍ଥାନରୁ ଆସିଥିବା ସଂକୀର୍ତ୍ତନ ଦଳମାନଙ୍କ ସହ ପ୍ରଭୁଙ୍କ ଭକ୍ତିରେ ବିଭୋର ହୋଇ ନିଜକୁ ସମର୍ପିତ କରୁଥିବା ବିଭିନ୍ନ ଦର୍ଶନାଭିଲାଷୀ ସଂକୀର୍ତ୍ତନ ଦଳ ମଧ୍ୟ ନିଜର ହରିନାମ ସଂକୀର୍ତ୍ତନ ପରିବେଷିତ କରିଥିଲେ । ଏହି ପରି ଏକ ଆଧ୍ୟାତ୍ମିକ ପରିବେଶରେ ପଡ଼ାବାସୀଙ୍କ ସହ ଆଖପାଖ ଅଞ୍ଚଳରୁ ସଂକୀର୍ତ୍ତନରେ ଭକ୍ତିର ରସ ଆହରଣ ପାଇଁ ଆସିଥିବା ଭକ୍ତଙ୍କୁ ମଧ୍ୟ ବିଭୋର କରୁଛି ନାମ ସଂକୀର୍ତ୍ତନ ।

jittmm
Leave A Reply

Your email address will not be published.