ଡେଲାଙ୍ଗ, (ଦିଲ୍ଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର୍ ଘୋରଡିଆ ଗ୍ରାମର ରାଧାମୋହନ ଦେବ ପୀଠ ସ୍ଥଳୀରେ ନବମ ବାର୍ଷିକ ଅଷ୍ଟପ୍ରହରୀ ନାମ ସଙ୍କିର୍ତ୍ତନ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ୫ଟି ନଦିଆ ସଙ୍କିର୍ତ୍ତନ ମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ । ନଦିଆ ସଂକିର୍ତ୍ତନ ଧ୍ଵନି ସାଙ୍ଗକୁ ହରେ କୃଷ୍ଣ, ହରେ ରାମ ଉଚ୍ଚାରଣ କରି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନଗର ପରିକ୍ରମା, ଦଧିଭାଣ୍ଡ ଭଙ୍ଗନ ଓ ଯମୁନା ଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ, ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
Next Post