oum

ଆଗାମୀ ସାଢେ ତିନି ବର୍ଷରେ ଭାରତ ହେବ ହିନ୍ଦୁରାଷ୍ଟ୍ର : ପୁରୀ ଶଙ୍କରାଚାର୍ଯ୍ୟ

jsm

ପୁରୀ, (କେପିଏନ୍‌ଏସ୍‌) : ଗତ ତା ୧୩ ଓ ୧୪ ସେପ୍ଟେମ୍ବର ଦୁଇଦିନ ଧରି ଶଙ୍କରାଚାର୍ଯ୍ୟ ପୂଜ୍ୟପାଦ ଶ୍ରୀମଜ୍ଜଗଦ୍‌ଗୁରୁ ସ୍ୱାମୀ ନିଶ୍ଚଳାନନ୍ଦସରସ୍ୱତୀଜୀ ମହାରାଜଙ୍କ ଦ୍ୱାରା ସଂସ୍ଥାପିତ ପୀଠପରିଷଦ, ଆଦିତ୍ୟବାହିନୀ ଓ ଆନନ୍ଦବାହିନୀର ଓଡ଼ିଶା ପ୍ରାନ୍ତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସମଗ୍ର ଓଡ଼ିଶାର ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ବ୍ରହ୍ମପୁର, ଗଜପତି, ରାୟଗଡ଼ା, ନବରଙ୍ଗପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ସମ୍ବଲପୁର, ବରଗଡ଼, ଅନୁଗୁଳ, ଜଳେଶ୍ୱର, ବାଲେଶ୍ୱର, ଭଦ୍ରକ, ଢେ଼ଙ୍କାନାଳ ଆଦି ଜିଲ୍ଲାରୁ ମୋଟ ୮୦ ଜଣ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ଆଦିତ୍ୟବାହିନୀର ଆନ୍ତରାଷ୍ଟ୍ରୀୟ ସଂଯୋଜକ ହୃଷୀକେଶ ବ୍ରହ୍ମଚାରୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ହେମନ୍ତ ଦାସ, ରାଷ୍ଟ୍ରୀୟ ମହାମନ୍ତ୍ରୀ, ମାତୃପ୍ରସାଦ ମିଶ୍ର, ପୀଠପରିଷଦର ପ୍ରାନ୍ତୀୟ ଅଧ୍ୟକ୍ଷ ଡଃ ପ୍ରଫୁଲ୍ଲ କୁମାର ରଥ, ଆଦିତ୍ୟବାହିନୀର ପ୍ରାନ୍ତୀୟ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଖୁଂଟିଆ ଓ ମହାସଚିବ ଶୁଭେନ୍ଦୁ ଶେଖର ସ୍ୱାଇଁ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ ଓ ଜୟଘୋଷ ଦେଇ ବୈଠକକୁ ଉଦ୍‌ଘାଟନ କରିଥିଲେ । ଡଃ ପ୍ରଫୁଲ୍ଲ ରଥ ସମସ୍ତଙ୍କୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଆଦିତ୍ୟବାହିନୀର ମହାସଚିବ ବାର୍ଷିକ ବିବରଣୀ ପାଠ କରିଥିଲେ । ୫ ଭାଗରେ ବିଭକ୍ତ ହୋଇଥିବା ରାଜ୍ୟ ପରିଷଦର ସମସ୍ତ ବିଭାଗ ସଙ୍ଗଠନ ସଚିବ ଶୁଭେନ୍ଦୁ ସ୍ୱାଇଁ, ନୀଳାମ୍ବର ଶତପଥୀ, ରଘୁନାଥ ମହାନ୍ତ, ତିରୁପତି ମହାନ୍ତି ଓ ବରୁଣକୁମାର ସାହୁ ନିଜ ନିଜ କ୍ଷେତ୍ରର ସଙ୍ଗଠନ କାର୍ଯ୍ୟର ସବିଶେଷ ବିବରଣୀ ଉପସ୍ଥାପନ କରିଥିଲେ ।

ତା ୧୪.୦୯.୨୦୨୧ ରିଖ ପୂର୍ବାହ୍ନ ୧୦ଟା ସମୟରେ ଶଙ୍କରାଚାର୍ଯ୍ୟ ମହାରାଜଙ୍କ ସାନ୍ନିଧ୍ୟରେ ପ୍ରାନ୍ତୀୟ ପରିଷଦର ଦ୍ୱିତୀୟ ସତ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପ୍ରାନ୍ତୀୟ ପୀଠପରିଷଦ, ଆଦିତ୍ୟବାହିନୀ ଓ ଆନନ୍ଦବାହିନୀର କାର୍ଯ୍ୟକର୍ତାଙ୍କ ନାମ ଘୋଷଣା କରାଯାଇଥିଲା । ପୀଠ ପରିଷଦରେ ପ୍ରେରକ, ନିରୀକ୍ଷକ, ମାର୍ଗଦର୍ଶକ ମଣ୍ଡଳୀରେ ଡଃ ଅମୀୟ ମହାପାତ୍ର, ପ୍ରାନ୍ତୀୟ ଅଧ୍ୟକ୍ଷ ଡଃ ପ୍ରଫୁଲ୍ଲ କୁମାର ରଥ, ଉପାଧ୍ୟକ୍ଷ ତିରୁପତି ମହାନ୍ତି ଓ ମନୋଜ ମହାପାତ୍ର, ମହାସଚିବ ଇଂ ପ୍ରଶାନ୍ତ ଆଚାର୍ଯ୍ୟ, ସଚିବ ପଣ୍ଡିତ ରୋହିତ ଦାଶ, ସଙ୍ଗଠନ ସଚିବ ଡଃ ପ୍ରଭୁଚରଣ ମହାନ୍ତି, ଆବାହକ ପୀଠପୂଜନ ସମିତି ମନୋଜ ପାଲ, କ୍ଷେତ୍ରୀୟ ସମାଜ ସମ୍ପର୍କ ସଚିବ ଜଗଦୀଶ ମର୍ଦ୍ଦରାଜ ଭାବରେ ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଦାୟିତ୍ୱ ପ୍ରଦାନ କରିଛନ୍ତି । ସେହିପରି ପ୍ରାନ୍ତୀୟ ଆଦିତ୍ୟବାହିନୀରେ କାର୍ଯ୍ୟକର୍ତା ଭାବେ ପ୍ରେରକ ନିରୀକ୍ଷକ ମାର୍ଗଦର୍ଶକ ମଣ୍ଡଳୀରେ ହେମନ୍ତ କୁମାର ଦାଶ, କୃପାସିନ୍ଧୁ ପଣ୍ଡା, ବୈକୁଣ୍ଠନାଥ ମିଶ୍ର, ଅଧ୍ୟକ୍ଷ ପୁରୀର ପୂର୍ଣ୍ଣଚନ୍ଦ୍ର ଖୁଂଟିଆ, ପ୍ରାନ୍ତୀୟ ଉପାଧ୍ୟକ୍ଷ ବ୍ରଜବନ୍ଧୁ ମହାରଣା ଓ କମ୍ବୁଧର ମିଶ୍ର, ପ୍ରାନ୍ତୀୟ ମହାସଚିବ କଟକର ଶୁଭେନ୍ଦୁ କୁମାରୀ ସ୍ୱାଇଁ, ସଙ୍ଗଠନ ସଚିବ ରାୟଗଡ଼ାର ଜଗଦୀଶ ମିଶ୍ର, ସହସଚିବ ଭଦ୍ରକର ପ୍ରତାପ ଭାରତୀ ଓ ଜଗତ୍‌ସିଂହପୁରର ସୁରେଶ କୁମାର ଚୌଧୁରୀ, ପ୍ରଚାର ସଚିବ କଟକର ପ୍ରେମାନନ୍ଦ ସାମଲ, ଗଣମାଧ୍ୟମ ଓ ପ୍ରଚାର-ପ୍ରସାର ଭୁବନେଶ୍ୱରର ଅରୁଣକୁମାର ମହାନ୍ତି, ଆଇନ ପରାମର୍ଶଦାତା ପୁରୀର ଅଶୋକ ମହାପାତ୍ର, ସାଂସ୍କୃତିକ ସଚିବ ଭୁବନେଶ୍ୱରର ମନୋଜ ସାହୁ, କୋଷାଧ୍ୟକ୍ଷ ଭୁବନେଶ୍ୱରର ଅଜୟ ନାୟକ, ପୂର୍ବବିଭାଗ ସମ୍ପର୍କ ସଚିବ ଶୁଭେନ୍ଦୁ ଦାଶ, ପୂର୍ବବିଭାଗ ସଙ୍ଗଠନ ସଚିବ ସଂଗ୍ରାମ କାନୁନଗୋ, ପଶ୍ଚିମ ବିଭାଗ ସମ୍ପର୍କ ସଚିବ ବିଜୟ କୁମାର ମିଶ୍ର ଏବଂ ପଶ୍ଚିମ ବିଭାଗ ସଙ୍ଗଠନ ସଚିବ ନୀଳାମ୍ବର ଶତପଥୀ, ମଧ୍ୟବିଭାଗ ସମ୍ପର୍କ ସଚିବ ସୌରୀରଞ୍ଜନ ପଣ୍ଡା ଓ ମଧ୍ୟବିଭାଗ ସଙ୍ଗଠନ ସଚିବ ବରୁଣ କୁମାର ସାହୁ, ଉତର ବିଭାଗ ସମ୍ପର୍କ ସଚିବ ରଘୁନାଥ ମହାନ୍ତ ଓ ଉତର ବିଭାଗ ସଙ୍ଗଠନ ସଚିବ ମହେଶ ତ୍ରିପାଠୀ, ଦକ୍ଷିଣ ବିଭାଗ ସମ୍ପର୍କ ସଚିବ ଉମାଶଙ୍କର ପାଣି ଓ ଦକ୍ଷିଣ ବିଭାଗ ସଙ୍ଗଠନସଚିବ ପଣ୍ଡିତ ଜଗନ୍ନାଥ ରଥ ପ୍ରଭୃତିଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ଆଦିତ୍ୟବାହିନୀର କ୍ଷେତ୍ରୀୟ ସମ୍ପାଦକ ଭାବରେ ଦୁର୍ଗାମାଧବ ବଳିୟାରସିଂହ, ଚିତ୍ରସେନ ପାତ୍ର, ଲିଙ୍ଗରାଜ ପତି, ରମଣ ଚାଟାର୍ଜୀ, ରାମହରି ପୂଜାରୀ, ବିପିନବିହାରୀ ପଣ୍ଡା, ବିଜୟ ତ୍ରିପାଠୀ, ଗିରିଗୋବର୍ଦ୍ଧନ ସେନାପତି, ଚମ୍ପେଶ୍ୱର ବେହେରା, ଲୋକନାଥ ପଣ୍ଡା, ପ୍ରହଲାଦ ମହାନ୍ତ, କୁମାର ସତ୍ୟଜିତ୍‌ ବେଜ, ନିମାଇଁ ଚରଣ ନାୟକ, ସୀତାନାଥ ମହାନ୍ତ, ଦେବବ୍ରତ ଆଚାର୍ଯ୍ୟ, ଡଃ ହୃଷୀକେଶ ପାଢ଼ୀ, ଅନିଲ ଜେନା, ଗୌରାଙ୍ଗ ପାତ୍ର, ସାଗର ମହାନ୍ତି, ନରେନ୍ଦ୍ର କୁମାର ରାଉତ ପ୍ରଭୃତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ପ୍ରାନ୍ତୀୟ ଆନନ୍ଦବାହିନୀ ନିମନ୍ତେ ଥାଟରାଣୀ ଶ୍ରୀମତୀ ସୋମା ଦେବୀ, ସୁଶ୍ରୀ ଚିନ୍ମୟୀ ଦେଓ, ଶ୍ରୀମତୀ ଅମିତା ମିଶ୍ର, ଶ୍ରୀମତୀ ଅନିମା ଆଚାର୍ଯ୍ୟ ଆଦିଙ୍କୁ ନେଇ ଏକ ପ୍ରଦେଶ ସଂଯୋଜନା ସମିତି ଗଠନ କରାଯାଇଅଛି । ତତ୍‌ସହିତ ପୂଜ୍ୟ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମହାରାଜଙ୍କ ଓଡ଼ିଶା ପ୍ରବାସ ଯୋଜନା ନିମନ୍ତେ ପ୍ରଭାରୀ ଭାବେ ଆଦିତ୍ୟ କୁମାର ସିଂହ, ପଣ୍ଡିତ ମାତୃପ୍ରସାଦ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଖୁଂଟିଆ, ପଣ୍ଡିତ ରୋହିତ ଦାଶ, ସୌରୀରଞ୍ଜନ ପଣ୍ଡା, ପ୍ରତାପ ଭାରତୀ ଓ ବରୁଣ କୁମାର ସାହୁଙ୍କୁ ନେଇ ଏକ ସଂଯୋଜନା ସମିତି ଗଠନ କରାଯାଇଛି ।

ଏହି ଅବସରରେ ଶଙ୍କରାଚାର୍ଯ୍ୟ ମହାରାଜ ଗ୍ରାମେ ଗ୍ରାମେ ଆଦିତ୍ୟବାହିନୀର ସ୍ଥାପନାକୁ ବହୁତ ତୀବ୍ର କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ । ହିନ୍ଦୁ ଶୋଇଛନ୍ତି, ଜାଣିପାରୁ ନାହାଁନ୍ତି ସେମାନଙ୍କ ମୁଣ୍ଡ ଉପରେ କାଳ ବୁଲୁଛି । ତେଣୁ ହିନ୍ଦୁ ଜାଗରୁକ ହେବା ଅତ୍ୟନ୍ତ ଆବଶ୍ୟକ । ବମ୍ବେ ତାଜ ହୋଟେଲରେ ଆତଙ୍କି ଆକ୍ରମଣ ଉଦାହରଣ ଦେଇ କହିଥିଲେ, ଆକ୍ରମଣକାରୀ ସମୁଦ୍ର ମାର୍ଗ ଦେଇ ଆସି ଆକ୍ରମଣ କରିଥିଲେ । ସେହିପରି ସାମୁଦ୍ରିକ ସୀମା ଲଂଘନ କରି ଆତଙ୍କବାଦୀମାନେ ପୁରୀରେ ପ୍ରବେଶ କରି କୌଣସି ଅରାଜକତା ଯୋଜନାକୁ କେହି ଅଣଦେଖା କରିପାରିବେ ନାହିଁ । କାରଣ ୨୮ ବର୍ଷ ତଳୁ ପୁରୀ ଶ୍ରୀମନ୍ଦିରକୁ ଆତଙ୍କବାଦୀମାନେ ନଷ୍ଟ କରିବା ପାଇଁ ଲକ୍ଷ୍ୟ ସ୍ଥିର କରିଆସୁଅଛନ୍ତି । ଏ କଥା ମୁଁ ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ କହିଛି । ତେଣୁ ଏ ପରିପ୍ରେକ୍ଷୀରେ ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ ଓ ଭାରତକୁ ହିନ୍ଦୁରାଷ୍ଟ୍ରରେ ପରିଣତ କରିବା ପାଇଁ ମାଆ ସରସ୍ୱତୀଙ୍କ କୃପାରୁ ମୋ ମୁଁହରୁ ଶାଢେ଼ ୩ ବର୍ଷର ଲକ୍ଷ୍ୟ ବାହାରିଛି । ଆଜି ପର୍ଯ୍ୟନ୍ତ କୌଣସି ଅଭିଯାନ ବିଫଳ ହୋଇ ନାହିଁ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ନିଶ୍ଚିତ ଭାବରେ ଆଗାମୀ ସାଢେ ୩ ବର୍ଷ ମଧ୍ୟରେ ଭାରତ ହିନ୍ଦୁରାଷ୍ଟ୍ର ହେବ । ଗ୍ରାମେ ଗ୍ରାମେ ଘରେ ଘରେ ଆଦିତ୍ୟବାହିନୀର କାର୍ଯ୍ୟକର୍ତା ସୃଷ୍ଟି ହେବାର ସୌଭାଗ୍ୟ ପ୍ରାପ୍ତ ହେଉ ବୋଲି ଆଶୀର୍ବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.