କୋଭିଡରେ ମୃତ୍ୟୁବରଣ କରିଥିବା ଅସହାୟଙ୍କ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସଂକଳ୍ପ ପରିବାର ସାହାଯ୍ୟରେ ଆଜି ପିପଲମୁଣ୍ଡା ସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ଏକ ଶବ ସତ୍କାର କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ପଦ୍ମପୁର ବ୍ଲକ ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମର ଆଦିତ୍ୟ ପ୍ରସାଦ ଭୁଏ । ବୟସ- ୫୮ବର୍ଷ । ସେ ମେଲଛାମୁଣ୍ଡା ପୋଷ୍ଟ ଅଫିସରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ କାର୍ୟ୍ୟରତ ଥିଲେ । ଗତ ୨୪/୧୨/୨୦ ଗୁରୁବାର ଦିନ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ଚିକତ୍ସା ପାଇଁ ଆଣିଥିଲେ । ହେଲେ ଏଠାରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଖେଦାପାଲିରେ ଥିବା କୋଭିଡ ଚିକତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଆଜି ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁବରଣ ହୋଇଥିଲା । ତାଙ୍କ ପରିବାରରେ ଅଦିତ୍ୟଙ୍କ ଚାଲିଯିବା ପରେ ଆଉ କେହି ପୁରୁଷ ବ୍ୟକ୍ତି ନାହାନ୍ତି । ତାଙ୍କ ଶବ ସତ୍କାର କରିବେ ବା କେମିତି । ଶବ ସତ୍କାର କରିବାକୁ ଅସହାୟତା ପ୍ରକାଶ କରିଥିବା ପରିବାରଠୁ ଖବର ପାଇଁ ସଂକଳ୍ପ ପରିବାର ସାହାଯ୍ୟରେ ଆଜି ପିପଲମୁଣ୍ଡାରେ ଥିବା କୋଭିଡ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର କରାଯାଇଥିଲା । ତାଙ୍କର ଜ୍ୱାଇଁ ହୃଦାନନ୍ଦ ଭୋଇ ମୁଖାଗ୍ନି ଦେଇଥିବା ବେଳେ ସଂକଳ୍ପ ପରିବାର ତରଫରୁ ଜି. ରମେଶ, ବିକାଶ ଅଗ୍ରୱାଲ, ଗୋବିନ୍ଦ ବିଶ୍ୱାଳ, ସୁବାସ ଭୋଇ ପ୍ରମୁଖ ସାହାଯ୍ୟ କରିଥିଲେ ।

ଦୁଃଖର ବିଷୟଯେ ଅଦିତ୍ୟଙ୍କ ମା’ ରମ୍ଭା ଭୁଏ ୭୮ବର୍ଷରେ ମଧ୍ୟ ସୁସ୍ଥ ଥିବାବେଳେ ତାଙ୍କ ଆଗରେ ତାଙ୍କ ପୁଅର ଅକାଳ ବିୟୋଗରେ ପରିବାର ଲୋକେ ସମୂର୍ଣ୍ଣ ଭାବରେ ଅସହାୟ ହୋଇ ଯାଇଛନ୍ତି । ବର୍ତ୍ତମାନ ତାଙ୍କ ପରିବାରରେ ତିନିଜଣ ଅସହାୟ ମହିଳା ରହିଛନ୍ତି । ଯଥା ତାଙ୍କ ସ୍ତ୍ରୀ, ବିବାହ କରିନଥିବା ଜଣେ ଭଉଣୀ (୪୨) ଓ ୭୮ ବର୍ଷର ବୃଦ୍ଧା ମା’ ।

Leave A Reply

Your email address will not be published.

error: Content is protected !!