oom

ଅଲାତରା ପଂଚାୟତଠାରେ ସଂକଳ୍ପ ସପ୍ତାହ ପାଳିତ

jsmm
  • “ସମସ୍ତଙ୍କ ଆକାଂକ୍ଷା ସମସ୍ତଙ୍କ ବିକାଶ”

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା କଲ୍ୟାଣ ମଣ୍ଡପଠାରେ ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ୱାବଧାନରେ ସଂକଳ୍ପ ସପ୍ତାହ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ତାଲିମଦାତା ତଥା ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ପଂଚାୟତସ୍ତରୀୟ ମହାସଂଘର ସଭାନେତ୍ରୀ ଯମୁନା ମେହର, ସମ୍ପାଦିକା ବୈଦେହୀ ପଧାନ, ହିମାଦ୍ରୀ ତନୟା ରଣା ଉପସ୍ଥିତ ରହି କଠିଣ, ତରଳ ବର୍ଜ୍ୟବସ୍ତୁର ପରିଚାଳନା, ଶୌଚାଳୟର ବ୍ୟବହାର, ପରିବେଶ ସଫା ସୁତୁରା, ମହିଳା, କିଶୋରୀ ବାଳିକାମାନଙ୍କ ସ୍ୱାସ୍ଥ୍ୟ ଉପରେ ସଚେତନତାର ବାର୍ତ୍ତା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏମ୍‌ବିକେ ମମିତା ସାହୁ ସ୍ଵାଗତ କରିଥିବା ବେଳେ ସ୍ବେଚ୍ଛାଗ୍ରହୀ ସୂର୍ୟ୍ୟମଣୀ ନାଗ ଶପଥ ଗ୍ରହଣ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚଞ୍ଚଳ ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ । ବୋରିଘାଟ, ପେଣ୍ଡରା, ସଗାରପାଲି, ନରସିଂପୁର, କଛା ଡେଙ୍ଗନ ଓ ଅଲାତରା ଗ୍ରାମରୁ ୧୦୦ରୁ ଉର୍ଦ୍ଧ ମହିଳା ମାନେ ଓ ସମସ୍ତ ଅଙ୍ଗନବାଡି ଦିଦି ଉପସ୍ଥିତ ଥିବା ବେଳେ ଏଥିରେ ସି.ଆର.ପି. ପଦ୍ମାବତୀ ରଣା, ଭାନୁମତି ବିଶ୍ୱାଳ, ଦମୟନ୍ତୀ ରଣା, ଆଇ.ସି.ଆର.ପି. ସୌଭାଗ୍ୟ ସାଣ୍ଢ, ପ୍ରାଣୀମିତ୍ର ସରୋଜିନୀ ନାଗ, ସୁଭଦ୍ରା ସୁନା, କୃଷିମିତ୍ର ସୌଦାମିନୀ ଗହୀର, ରାଜେଶ ପୋଡ଼, ଚୈତନ୍ୟ ପୁଟେଲ, ଟିକେଚନ ବଗର୍ତ୍ତି ପ୍ରମୁଖ ସହାଯ୍ୟ କରିଥିଲେ ।

jittmm
Leave A Reply

Your email address will not be published.