ଭୁବନେଶ୍ୱର : ଖରାଦିନେ ବିଜୁଳି ବିଲ୍ ନଦେଇପାରିଲେବି କଟାଯିବନି ବିଦ୍ୟୁତ୍ ସଂଯୋଗ । ଅଘୋଷିତ ବିଦ୍ୟୁତ କାଟ ମଧ୍ୟ ହେବ ନାହିଁ । ଶୁକ୍ରବାର ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜସ୍ୱ ବିଭାଗର ପ୍ରସ୍ତୁତି ବୈଠକରେ ଅଧିକାରୀଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନେଇ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି । ବୈଠକ ପରେ ମନ୍ତ୍ରୀ କହିଛନ୍ତି ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ସାମ୍ନା କରିବାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଷ୍ଟର ସହ ବଡ ବଡ଼ ଫ୍ଲେକ୍ସ ଲଗାଯିବ । ଖରାରୁ ବର୍ତ୍ତିବା ପାଇଁ କ’ଣ କରିବେ ଓ କ’ଣ ନକରିବେ, ସେ ସମ୍ପର୍କରେ ସମସ୍ତ ବିଭାଗର କର୍ମଚାରୀଙ୍କ ଦ୍ଵାରା ଲୋକଙ୍କୁ ସଚେତନ କରାଯିବ । ୪୮ଘଣ୍ଟା ଭିତରେ ନଳକୂପ ମରାମତି ହେବ । ଗୃହପାଳିତ ତଥା ବୁଲା ପଶୁପକ୍ଷୀଙ୍କ ପାଇଁ ଆଶ୍ରୟ ସ୍ଥଳୀ କରାଯିବ ।
Prev Post