oom

ଜାମ୍ମୁ-କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ପାଇଁ ୪୬,୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ରୂପରେଖ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ

jsmm
  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚେନାବ ସେତୁ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ପାଇଁ ୪୬,୦୦୦ କୋଟି ଟଙ୍କାର ଦୂରଦୃଷ୍ଟିସମ୍ପନ୍ନ ଏବଂ ପ୍ରମୁଖ ପ୍ରକଳ୍ପଗୁଡ଼ିକର ରୂପରେଖ ପ୍ରସ୍ତୁତ କରିଛନ୍ତି, ଯାହା ଏହି କ୍ଷେତ୍ରର ସଂଯୋଗୀକରଣ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପୂର୍ବରୁ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ସେତୁର ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଚେନାବ ରେଳ ସେତୁ ଜାମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଉଧମପୁର-ଶ୍ରୀନଗର-ବାରାମୂଳା ରେଳ ସଂଯୋଗ (ୟୁଏସ୍‌ବିଆର୍‌ଏଲ୍) ପ୍ରକଳ୍ପ ସବୁଦିନିଆ ସଂଯୋଗକୁ ସୁନିଶ୍ଚିତ କରିବ ଏବଂ ଶ୍ରୀ ମାତା ବୈଷ୍ଣୋଦେବୀ କଟରା ଏବଂ ଶ୍ରୀନଗର ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଆଧ୍ୟାତ୍ମିକ ପର୍ୟ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀଙ୍କ ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;-
“ଆସନ୍ତାକାଲି, ଜୁନ୍ ୬ ତାରିଖ ଜାମ୍ମୁ-କାଶ୍ମୀରର ମୋର ଭଉଣୀ ଏବଂ ଭାଇମାନଙ୍କ ପାଇଁ ବାସ୍ତବରେ ଏକ ସ୍ୱତନ୍ତ୍ର ଦିନ । ୪୬,୦୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପଗୁଡିକ ଉଦଘାଟନ କରାଯାଉଛି, ଯାହା ଲୋକମାନଙ୍କ ଜୀବନ ଉପରେ ବହୁତ ସକାରାତ୍ମକ ପ୍ରଭାବ ପକାଇବ । ସ୍ଥାପତ୍ୟର ଏକ ଅସାଧାରଣ ସଫଳତା ବ୍ୟତୀତ, ଚେନାବ ରେଳ ସେତୁ ଜାମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବ । ଆହ୍ୱାନପୂର୍ଣ୍ଣ ଅଞ୍ଚଳରେ ଭାରତର ପ୍ରଥମ କେବୁଲ-ଷ୍ଟେଡ୍ ରେଳ ବ୍ରିଜ୍ ଭାବରେ ଅଞ୍ଜି ବ୍ରିଜ୍ ଠିଆ ହୋଇଛି । ଉଧମପୁର-ଶ୍ରୀନଗର-ବାରାମୂଳା ରେଳ ସଂଯୋଗ (ୟୁଏସବିଆରଏଲ୍) ପ୍ରକଳ୍ପ ସବୁଦିନିଆ ସଂଯୋଗ ସୁନିଶ୍ଚିତ କରିବ ଏବଂ ଶ୍ରୀ ମାତା ବୈଷ୍ଣୋଦେବୀ କଟରା ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନ୍ ଆଧ୍ୟାତ୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

jittmm
Leave A Reply

Your email address will not be published.