oom

ଦୁର୍ଘଟଣାରେ ପରିବାରର ୩ ଜଣଙ୍କ ମୃତ୍ୟୁ, ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ଶିଶୁ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ରାସ୍ତା ସିନ୍‌ଖମନ ଛକ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ଦୁର୍ଘଟଣାରେ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ଶିଶୁ । ସଂପୂର୍ଣ୍ଣ ଛାରଖାର ହୋଇଗଲା ଗୋଟିଏ ପରିବାର । ଦୁର୍ଘଟଣାସ୍ଥଳରେ ହିିଁ ସ୍ୱାମୀ ସରୋଜ ପଶାୟତଙ୍କ ମୃତ୍ୟୁ ଘଟିଥିବା ବେଳେ ବୁର୍ଲା ହସପିଟାଲରେ ସ୍ତ୍ରୀ କରିସ୍ମା ଏବଂ ତିନି ବର୍ଷର ଝିଅ ରମ୍ୟା ଜୀବନ ହାରିଛନ୍ତି । ଅନ୍ୟପଟେ ଏବେ ବି ବୁର୍ଲା ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ପୁଅ ରେୟାଂଶ । ସୂଚନା ଅନୁସାରେ ଗତକାଲି ଟିଟିଲାଗଡ ବ୍ଲକ ଉଡାର ଗ୍ରାମର ସରୋଜ ପଶାୟତ ନିଜ ପରିବାର ସହିତ ବାଇକ୍‌ରେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସକାଳୁ ବାହାରିଥିବା ବେଳେ ବଲାଙ୍ଗିର ସଦର ଥାନା ଖୁଜେନପାଲି ଗାଁର ନିଜ ମାମୁଁ ଶ୍ୱଶୁରଙ୍କ ଝିଅର ବାହାଘର କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା । କିନ୍ତୁ ବିଧିର ବିଧାନ ଅନ୍ୟ କିଛି ରହିଥିଲା । ହସଖୁସିରେ ବାହାଘରକୁ ଯାଉଥିବା ପରିବାରକୁ ଛକି ବସିଥିଲା ମୃତ୍ୟୁ । ସିନ୍‌ଖମନ ଛକ ଠାରେ ବଲାଙ୍ଗିରରୁ ଟିଟିଲାଗଡ ପଟକୁ ଯାଉଥିବା ଗଣପତି ବସ ସହିତ ପିଟି ହୋଇଥିଲା ବାଇକ । ଘଟଣାସ୍ଥଳରେ ସରୋଜଙ୍କ ଜୀବନ ଚାଲିଯାଇଥିଲା । ଗୁରୁତର ତିନିଜଣଙ୍କୁ ସ୍ଥାନୀୟ ଲୋକେ ଆମ୍ୱୁଲାନସରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ସରୋଜଙ୍କ ସ୍ତ୍ରୀ ଓ ପୁଅ, ଝିଅଙ୍କୁ ବୁର୍ଲା ପଠାଯାଇଥିଲା । ମୃତ୍ୟୁ ସହ ସଂଗ୍ରାମ କରୁ କରୁ ହସପିଟାଲରେ ଚାଲିଗଲେ ସ୍ତ୍ରୀ ଓ ତିନି ବର୍ଷର ଝିଅ । ଏବେ ସରୋଜ ପଶାୟତଙ୍କ ୧୫ ମାସର ପୁଅ ରେୟାଂଶ ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଛି ।

jittmm
Leave A Reply

Your email address will not be published.