
- ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ଲକରେ ଖୋଲିବ ଧାନ ମଣ୍ଡି
ଭବାନୀପାଟଣା, (ପି.କେ. ସାହୁ) : ଆଜି କଳାହାଣ୍ଡି ଜିଲ୍ଲାରେ ଖରିଫ ଧାନ କ୍ରୟ ଆରମ୍ଭ ହେବ । ଜିଲ୍ଲାର କଲମପୁର, ଜୟପାଟଣା ଓ କୋକସରା ବ୍ଲକରେ ପ୍ରଥମ ପର୍ଯ୍ୟାୟ ଧାନ ମଣ୍ଡି ଖୋଲିବ । ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୪୧ ଲକ୍ଷ ୮୦ ହଜାର କ୍ୱିଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣାଯାଇଛି । ମୋଟ ୭୪ଟି ପେକ୍ସ ଓ ୩୩ଟି ଏସ୍ଏଚ୍ଜି ଦ୍ୱାରା ୨୧୨ଟି ମଣ୍ଡିରେ ବ୍ୟବସ୍ଥା କରାଯାଇଛି । ୬୪ ଜଣ ମିଲର୍ସ ନିୟୋଜିତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କେବଳ ୪୦ ଜଣ ମିଲର୍ସ ଏଗ୍ରିମେଣ୍ଟ କରିଥିବା ସୂଚନା ରହିଛି । ଜିଲ୍ଲାର ମୋଟ ୯୮ ହଜାର ୩ ଶହ ୩୭ ଜଣ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ସୂଚନା ରହିଛି ।