ବିଭାଗ ସଙ୍ଗୀତ କାର୍ଯ୍ୟଶାଳା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ବିଭାଗ ସଙ୍ଗୀତ କାର୍ଯ୍ୟଶାଳା ଆୟୋଜିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶିବ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶଙ୍କର ବେହେରା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମ୍ଭାଗ ସଭାପତି ବେଲାରସେନ ଭୋଇ ଓ ଜିଲ୍ଲା ପ୍ରମୁଖ ଶ୍ୟାମସୁନ୍ଦର ମିଶ୍ର ଯୋଗ ଦେଇଥିଲେ । ପରିଚାଳନା ସମିତି କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ସଙ୍କୁଳ ପ୍ରମୁଖ କମଳ ଲୋଚନ ତ୍ରିପାଠୀ, ବିଭାଗ ନୀରିକ୍ଷକ ପ୍ରକାଶ ଚନ୍ଦ୍ର ମହାନ୍ତି, ପି. ମୋହନ ରାଓ ପାତ୍ର, ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ୫ ଗୋଟି ସଙ୍କୁଳରୁ ମୋଟ୍‌ ୧୮୯ ଜଣ ପ୍ରତିଭାଗି ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.