oom

ମାକ୍ରିପଡ଼ା ଗ୍ରାମରେ ନୂତନ ରୂପେ ସ୍ଵାମୀ ବିବେକାନନ୍ଦ ସେବା ସଂଘ ଗଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୋମବାର ସଂଧ୍ୟା ୭ଟା ସମୟରେ ମାକ୍ରିପଡ଼ା ଗ୍ରାମରେ ଭୁଲେଶ୍ୱର ଛତରଙ୍କ ଅଧ୍ୟକ୍ଷତାରେ ସମାଜର କଲ୍ୟାଣ ନିମନ୍ତେ ଏକ ସଂଘ ଗଠନ କରାଯାଇଥିଲା । ଏହି ସଂଘରେ ନିଃସହାୟ ତଥା ଉଚିତ ବ୍ୟକ୍ତିଙ୍କୁ ଉଚିତ୍ ସେବା ଯୋଗାଇବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ସଙ୍ଘର ନାମ “ସ୍ଵାମୀ ବିବେକାନନ୍ଦ ସେବା ସଂଘ, ମାକ୍ରିପଡ଼ା” ରଖାଯାଇଥିଲା । ସଭାପତି ଭାବରେ ଗ୍ରାମର ମୁଖ୍ୟ ବ୍ୟକ୍ତି ସଦାନନ୍ଦ ବନଛୋର, ଉପସଭାପତି ଭୋଦେବ ଭୋଇ, ସଂପାଦକ ଭାବେ ପାରେଶ୍ୱର ଛତର, ସହସଂପାଦକ ଭାବେ ତରଙ୍ଗ ଭୋଇ, କୋଷାଧ୍ୟକ୍ଷ ଭାବେ ତୁଲାରାମ ଛତର, ବିଶେଷ ପରାମର୍ଶଦାତା ଭାବେ ଗ୍ରାମର ବରିଷ୍ଠ ଶିକ୍ଷକ ସାଧୁଚନ୍ଦ୍ର ଛତର, ପଞ୍ଚାୟତର ସମିତିସଭ୍ୟ ଦୁଷ୍ମନ୍ତ ନାଗ, ସନ୍ତ ଛତର, ସିମାନ ଗୌଡ, କୈଳାଶ ଚନ୍ଦ୍ର ରଣା, ପ୍ରଦୀପ କୁମାର ବଛା ଏବଂ ସମ୍ବୁ ବଗର୍ତ୍ତିଙ୍କୁ ମନୋନୀତ କରାଗଲା । ସମସ୍ତ ସଦସ୍ୟ ତଥା ପୀତାମ୍ବର ବଗର୍ତ୍ତୀ, ମଙ୍ଗଲେ ଛତର, ଯଦୁମଣି ଛତର, କ୍ଷମା ଜୁଗ୍ନିଆ, ଦେବ ଛତର, ଭବାନୀ ଛତର, ହଂଶୁରାଜ୍ ଭୋଇ, କୃପା ଭୋଇ, ବଲୁ ବଗର୍ତ୍ତି, ବିନୋଦ ଭୋଇ, କିଶୋର ଛତର, ଦିଗସନ୍ ହାତୀ, ଦନାର ନାଗ, ଲିଲାଞ୍ଚ ଭୋଇଙ୍କ ସମେତ ଅନ୍ୟାନ୍ୟ କେତେକ ବ୍ୟକ୍ତି “ମାନବ ସେବା ହିଁ ମାଧବ ସେବା”ର ମହାମନ୍ତ୍ର ଉଚ୍ଚାରଣ କରି ଶପଥ ପାଠ କରିଥିଲେ । ସମସ୍ତେ ସବୁବେଳେ ପରୋପକାର କରିବେ ବୋଲି ପ୍ରତିଜ୍ଞା କରି ସଭାଶେଷ କରାଯାଇଥିବା ବେଳେ ଭୁଲେଶ୍ୱର ଛତର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

jittmm
Leave A Reply

Your email address will not be published.