
ବଲାଙ୍ଗିର, (କେପିଏନ୍ଏସ୍) : ବିଭିନ୍ନ ଦାବୀ ନେଇ ଗତକାଲି ରାଜ୍ୟ ଇପିଏଫ୍ ପେନସନର ସଂଘ ବଲାଙ୍ଗିର ଶାଖାର କର୍ମକର୍ତ୍ତା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟିଛନ୍ତି । ଏହାସହ ଏସଂକ୍ରାନ୍ତୀୟ ଏକ ଦାବୀପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ରାଣାଙ୍କୁ ପ୍ରଦାନ କରିଛନ୍ତି । ଦାବୀ ଅନୁସାରେ, ମାସିକ ହୋଲଡର ୯ ହଜାରକୁ ବୃଦ୍ଧି କରାଯିବା ଏବଂ ରାଜ୍ୟ ସରକାରଙ୍କ ବିଜୁ କଲ୍ୟାଣ ଯୋଜନାରେ ସାମିଲ କରାଯିବା । ତେବେ ବର୍ତ୍ତମାନ ଯେତେ ପେନସନ ମିଳୁଛି ସମୁଦ୍ରକୁ ଶଙ୍ଖେ ସଦୃଶ ଏବଂ ଦରଦାମ୍ର ଅହେତୁକ ବୃଦ୍ଧି ପାଇଁ ଖାଦ୍ୟ ଏବଂ ଔଷଧ ବାବଦକୁ ମଧ୍ୟ ଟଙ୍କା କମ୍ ପଡୁଛି । ତେଣୁ ଏ ଦିଗରେ ଦୃଷ୍ଟି ଦେବାକୁ ସଂଘ ଦାବୀ କରିଛି ।