ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବୀ ନେଇ ଅଧିଆ ପଡିଲେ ଡ୍ରାଇଭର ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବୀ ନେଇ ଅଧିଆ ପଡିଛନ୍ତି ଡ୍ରାଇଭର ସଂଘ । ସଂଘର ଶତାଧିକ ଡ୍ରାଇଭର ଅଧିଆ ପଡି ଜିଲ୍ଲାପାଳଙ୍କୁ ସମସ୍ୟାର ସମାଧାନ ନିମନ୍ତେ ଗୁହାରି କରିଛନ୍ତି । ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାପାଳ ଯଦି ଗୁହାରି ନ ଶୁଣନ୍ତି ତେବେ ଆନ୍ଦୋଳନ ଉଗ୍ରରୂପ ନେବ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଡ୍ରାଇଭର ସଂଘ ନିଜର ବିଭିନ୍ନ ସମସ୍ୟା ଉପସ୍ଥାପନ କରୁଥିଲେ ହେଁ ସରକାର ଏଥିପ୍ରତି ଦୃଷ୍ଟି ଦେଇନଥିଲେ । ଫଳରେ ଆଜି ଡ୍ରାଇଭର ସଂଘର ଶତାଧିକ ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଧିଆ ପଡିଛନ୍ତି ।

Leave A Reply

Your email address will not be published.