ଅନ୍ନଦାତାଙ୍କ ମହାବନ୍ଦରେ ସାମିଲ ହେଲା ଜିଲ୍ଲା କୃଷକ ସଂଘ ଓ ଟାଉନ କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଓ ଜିଲ୍ଲା କୃଷକ ସଂଘ ସଭାପତି ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ନବ ନିର୍ମାଣ କୃଷକ ସଂଗଠନ ଏବଂ ମିଳିତ କୃଷକ ସଂଘ ତରଫରୁ ଓଡିଶା ମହାବନ୍ଦରେ ବଲାଙ୍ଗିର ଟାଉନ କଂଗ୍ରେସ କମିଟି ଓ ଜିଲ୍ଲା କୃଷକ ସଂଘ ବଲାଙ୍ଗିରର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଛନ୍ତି । ପ୍ରଥମେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ଜିଲ୍ଲା କୃଷକ ସଂଘର କର୍ମକର୍ତ୍ତାମାନେ ମଟର ସାଇକେଲ ର‍୍ୟାଲିରେ ବାହାରି ନଗର ପରିକ୍ରମା କରି ଅନ୍ନଦାତାଙ୍କ ପାଇଁ ସମର୍ଥନ ଜଣାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ପରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କୃଷକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ମିଳିତ ଚାଷୀ ସଂଗଠନମାନଙ୍କ ଦାବିରେ ସାମିଲ ହୋଇଥିଲେ । ଚାଷୀକୂଳ ସମସ୍ୟା ଭିତରେ ଘେରି ରହିଛି । ସରକାର ଚାଷୀକୂଳକୁ ସେ ସମସ୍ୟାରୁ ଉଦ୍ଧାର କରିବା ପରିବର୍ତ୍ତେ ଆହୁରି ସମସ୍ୟାକୁ ଠେଲି ଦେଉଛନ୍ତି । ତୁରନ୍ତ ଏହି ସମସ୍ୟାର ସମାଧାନ ନ କଲେ ଆଗାମୀ ଦିନରେ ତିବ୍ରତର ଆନ୍ଦୋଳନ ହେବ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଉମାଶଙ୍କର ପଣ୍ଡା, ମନୀଷ ମିଶ୍ର, ଅଜୟ ବାଲି, ନାସିର ଖାନ, ଲୋପନ ମିଶ୍ର, ଅଙ୍କିତ ସାହୁ, ସଂଜୟ ମିଶ୍ର, ସମୀର କୁମ୍ଭାର, ଚିନ୍ମୟ ବେହେରା, ଜ୍ୟୋତିଷ ମୁଗ୍ରୀ, ଜୁଲୁ ପଟ୍ଟନାୟକ, ଡ. ପ୍ରଶାନ୍ତ ପ୍ରଧାନ, ପ୍ରଦୋଶ ପାଣିଗ୍ରାହୀ, କିରନ ସେଠ, ସୀତାରାମ କୁମ୍ଭାର, ସୋହନ ନାଏକ, ଅଜିତ ମହାନନ୍ଦ, ଅବ୍ରାହମ କସ୍ୟପ, ତୋଫାନ ଅମାତ, ପଂଚାନନ ଷାଣ୍ଢ, ଗୋପାଳ ସାହୁ, ରଶ୍ମି ରଂଜନ ପ୍ରଧାନ, ଲିପୁନ କୁଅଁର, ବ୍ୟୁମେଶ ସେଠ, ପ୍ରତୀକ ରଂଜନ ବେହେରା, ସୁମନ ସ୍ୱାଇଁ, ଆବ୍ରାହମ ନାଗ, ମହମ୍ମଦ ଆନାସ, ଅବଦୁଲ ରଜାକ, ସନ୍ତୋଷ ଗଉଡ, ସୁଦାମ ସିଂ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.