ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ସାର୍କିଟ ହାଉସଠାରେ ରେଳ ଉପଭୋକ୍ତା ସଂଘ ଲୋକସଭା ସାଂସଦ ସଂଗିତା କୁମାରୀ ସିଂଦେଓ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଭୁବନେଶ୍ୱରକୁ ପ୍ରତିଦିନ ଯିବା ଆସିବା ହେଲା ପରି ଏକ ସକାଳୁଆ ଟ୍ରେନ ଚଳାଚଳ ପାଇଁ ଅନୁରୋଧ ରଖିଥିଲେ । ତତ୍ ସହ ସ୍ମାରକପତ୍ରରେ ଷ୍ଟେସନରେ ୫ମ ରେଲ ଲାଇନ, ଚତୁର୍ଥ ପ୍ଲାର୍ଟଫର୍ମର ନିର୍ମାଣ, ଚତୁର୍ଥ ପ୍ଲାର୍ଟଫର୍ମକୁ ଯିବା ପାଇଁ ତୃତୀୟ ପ୍ଲାର୍ଟଫର୍ମରେ ଲିଫ୍ଟର ସୁବିଧା, ୧ନମ୍ବର ପ୍ଲାର୍ଟଫର୍ମରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ ରୋଗୀମାନଙ୍କ ଯାତାୟତ କରିବା ପାଇଁ ର୍ୟାମ୍ପର ସୁବିଧା ସର୍ବୋପରି ଦିଲ୍ଲୀ ବା ପ୍ରୟାଗରାଜ ଓ ୱାଲଟିୟରକୁ ସିଧାସଳଖ ଟ୍ରେନ ଯୋଗାଯୋଗ ପାଇଁ ପିଆଇଟି ଲାଇନର ସୁବିଧା କରିବା ଆଦି ଉଲ୍ଲେଖ ରହିଛି । ସାଂସଦ ସମସ୍ତଙ୍କ କଥା ଶୁଣି ପତ୍ର ପଢି ଚେଷ୍ଟା କରିବି ବୋଲି କହିଥିଲେ ଓ ବଲାଙ୍ଗିରରୁ ନୁଆପଡା ରେଳପଥର ନିର୍ମାଣ ପାଇଁ ଜୋର ଦେବେ ବୋଲି ମତ ରଖିଥିଲେ । ଆଲୋଚନା ରେ ରେଳ ଉପଭୋକ୍ତା ସଂଘର ସଂପାଦକ ବିମଲ ଚକ୍ରବର୍ତ୍ତି, ଉପ-ସଭାପତି ଅନନ୍ତ ବିଶୋଇ, କାର୍ଯ୍ୟକାରୀ ସଭ୍ୟ ଗୋପବନ୍ଧୁ ପୁରୋହିତ, ଶିବ ନାରାୟଣ ରଥ, ଦିବାକର ହୋତା ଓ ଋତୁରାଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।