oom

ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ମଜଦୁର ସଂଘ, ରାଜ୍ୟ ବିଧି ପ୍ରକୋଷ୍ଠର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ଭୁବନେଶ୍ଵରର ସ୍ଥିତ କୁଲାନ ଭାଇ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଲିଗାଲ୍ ସେଲ୍‌ର ଲୋଗୋ ଉନ୍ମୋଚିତ ହୋଇଥିଲା । ଅନ୍ୟତମ ଅତିଥିଭାବରେ ଓଡ଼ିଶା ରାଜ୍ୟ ଆଇନ କମିଶନର ସଦସ୍ୟ ସୌର ଚନ୍ଦ୍ର ମହାପାତ୍ର, ଓଡିଶା ହାଇକୋର୍ଟର ଡେପୁଟି ସଲିସିଟର ଜେନେରାଲ ପ୍ରସନ୍ନ କୁମାର, ଭାରତୀୟ ମଜଦୁର ସଂଘର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ପଣ୍ଡା, ଭାରତୀୟ ମଜଦୁର ସଂଘ, ଲିଗାଲ ସେଲ୍‌ର ରାଜ୍ୟ ସଂଯୋଜକ ରମାକାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବି.ଏମ୍.ଏସ୍  ଷ୍ଟେଟ୍ ଲିଗାଲ ସେଲ୍ ବଲାଙ୍ଗିର ଶାଖାର ଅଧ୍ୟକ୍ଷ  ଆଇନଜୀବୀ ବାଳକୃଷ୍ଣ ଷଡଙ୍ଗୀଙ୍କୁ ରାଜ୍ୟ ସମ୍ପାଦକ ଭାବେ ମନୋନୀତ  କରାଯାଇଛି । ଠିକ୍ ସେହିପରି ଅଶୋକ ରାଉତ  ଲିଗାଲ ସେଲ୍ ବଲାଙ୍ଗିର ଶାଖାର ଉପସଭାପତି, କରୁଣାକର ଷଡଙ୍ଗୀ ସାଧାରଣ ସମ୍ପାଦକ, ନରେନ୍ଦ୍ର ବେହେରା କୋଷାଧକ୍ଷ ଭାବେ ମନୋନୀତ ହୋଇଛନ୍ତି । ଏହି ସମ୍ମିଳନୀରେ ବଲାଙ୍ଗିରରୁ ହିମାଂଶୁ ନାଏକ, ମନୋରଞ୍ଜନ ପୃଷେଠ୍, ସଂଜୀବ ନାଏକ, ମଞ୍ଜୁଶ୍ରୀ ଭୋଇ ଓ ସ୍ମିତାଞ୍ଜଳି ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.